ନୂଆପଡ଼ା-୫/୦୯ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ଆଜି ଭାଲୁ ଆକ୍ରମଣ ରେ ଜଣେ ଗୁରତର ରୂପେ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରଥମେ ପ୍ରାଥମିକ ଚିକିତ୍ସା କରି ପରେ ଅବସ୍ଥା ଅତି ଗୁରୁତର ହେବାରୁ ଛତିଶଗଡ଼ ରାଜଧାନୀ ରାୟପୁର କୁ ଉତ୍ତମ ଚିକିତ୍ସା ନିମନ୍ତେ ରେଫର କରାଯାଇଛି। ଖବର ନେବାରୁ ପ୍ରକାଶ ଯେ,ନୂଆପଡା ବ୍ଲକ ମାଗୁରପାଣି ଗ୍ରାମର ଚୁନୁ ରାଉତ (୪୬) ଆଜି ପାହାନ୍ତିଆ ସମୟରେ ନିଜ ଚାଷ ଜମି କୁ ଯାଇଥିଲେ। ଠିକ ସେହି ସମୟରେ ଚୁନୁ ଙ୍କ ପଛପଟୁ ଭାଲୁ ଆକ୍ରମଣ କରିଥିଲା,ଚୁନୁ ଜୀବନ ବ୍ୟକୁଳ ରେ ଭାଲୁ ଠାରୁ ମୁକୁଳିବା ପାଇଁ ନିକଟସ୍ଥ ଲୋକଙ୍କୁ ଚିତ୍କାର କରି ଡାକରା ଦେଇଥିଲେ ଚୁନୁ ଙ୍କ ଚିତ୍କାର ଶୁଣି ଗ୍ରମବାସୀ ଘଟଣା ସ୍ଥଳ କୁ ଆସି ଦେଖିଲେ ଯେ ମାଇଁ ଭାଲୁ ତା ଦୁଇ ଛୁଆ ସହ ଆକ୍ରମଣ କରିଛି ।ପରେ ଗ୍ରମବାସୀ ଭାଲୁ କୁ ଘଉଡାଇ ଦେବାରୁ ଭାଲୁ ସହ ଦୁଇ ଛୁଆ ଭାଲୁ କୁ ଧରି ନିକଟସ୍ଥ ଜଙ୍ଗଲ କୁ ଚାଲିଯାଇଥିଲା ।ଗ୍ରମବାସୀ ମାନେ ଚୁନୁ ରାଉତ ଙ୍କୁ କ୍ଷତାକ୍ତ ଅବସ୍ଥା ରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକତ୍ସାଲୟକୁ ନେଇଥିଲେ। ଡାକ୍ତର ଙ୍କ ପରାମର୍ଶ କ୍ରମେ ଉତ୍ତମ ଚିକିତ୍ସା ନିମନ୍ତେ ରାୟପୁର (ଛତିଶଗଡ଼) କୁ ସ୍ଥାନାନ୍ତର କରଯାଇଛି ବୋଲି ସମ୍ପର୍କୀୟ ମାନେ ପ୍ରକାଶ କରିଛନ୍ତି।