Odisha news

ନକଳି ବିଦେଶୀ ମଦ କାରଖାନା ଠାବ- ଲକ୍ଷାଧିକ ଟଙ୍କା ମୁଲ୍ୟର ଲେବଲ ଓ ଠିପି ଜବତ୍

0
ନୂଆପଡା-୨୭/୧ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ) ନୂଆପଡ଼ା ଜିଲ୍ଲା ରେ ନକଲି ବିଦେଶୀ ମଦ ନିର୍ମାଣ କାରଖାନା ଚାଲୁଅଛି ବୋଲି ବହୁ ଦିନରୁ ଅଭିଯୋଗ ହୋଇ ଆସୁଥିଲା ଓ କେତେ ଥର ଧରା ପଡ଼ିଥିଲେ ହେଁ ଆଜି ବହୁ ଦିନ ପାରେ ଏକ ବଡ଼ ଧରଣର  ସଫଳତା ଅବକାରୀ ବିଭାଗ କୁ ମିଳିଛି । ନକଳି ବିଦେଶୀ ମଦ କାରଖାନା ଠାବ କରିବା ସହ ଲକ୍ଷାଧିକ ଟଙ୍କା ମୁଲ୍ୟର ଅସଲି କମ୍ପାନୀର ଲେବଲ ଓ ଠିପି ଜବତ କରା ଯାଇଛି । ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରା ଉଚରା କରା ଯାଉଛି ।  ନୂଆପଡା ଜିଲ୍ଲା ଖରିଆରରୋଡ ରେ ଏକ ନକଳି ବିଦେଶୀ ମଦ କାରବାର ହେଉ ଥିବା ନୂଆପଡ଼ା ଜିଲ୍ଲା ଅବକାରୀ ବିଭାଗକୁ ସୂଚନା ମିଳି ଥିଲା ।
ସେଠାରେ ଚଢାଉ କଲା ପରେ ଜନାପଡ଼ି ଥିଲା ଯେ ବ୍ୟବସାୟ ସମ୍ବଲପୁର, ବଲାଙ୍ଗିର,ବରଗଡ, କଳାହାଣ୍ତି ଜିଲ୍ଲା ଆଦି ଅଞ୍ଚଲରେ  ଚାଳୁ ଥିବା ଜଣା ପଡି ଥିଲା । ସମ୍ବଲପୁର ମୋଦୀପଡା ଦେଉଳବନ୍ଧରେ ବଡ କାରଖାନା ଚାଲିଥିବା ସୁଚନା ଥିବା ଜଣା ପଡି ଥିଲା । ସମ୍ବଲପୁରରୁ ବିକାଶ କୁମାର ନାମ ଜନୈକ ବ୍ୟକ୍ତିଙ୍କୁ ଅବକାରୀ ବିଭାଗ ଅଟକ ରଖିଛି । ତାଠାରୁ ୫୧୯୭୭ଟି କର୍କ, କମ୍ପାନୀ ଲେବଲ ୧୦୩୩୩, ଇଏଏଲ ୨୩୫୦୦ ଓ ୨୦ ଲିଟର ନକଲି ବିଦେଶୀ ମଦ ଜବତ କରା ଯାଇଛି । ଅଟକ ବିକାଶ କୁମାର ବିହାରର ମୁଳବାସିନ୍ଦା ଅଟେ । ବିଭିନ୍ନ ଜିଲ୍ଲାରେ ଏ ଯାଏଁ ୮ଟି କେଶ କରା ଯାଇଛି । ଅଧିକ ତଦନ୍ତ ଜାରି ରହିଛି ।
Nalco
Leave A Reply