Odisha news

ସିଆରପିଏଫ ପକ୍ଷରୁ ଉପାନ୍ତ ଅଞ୍ଚଳରେ ସିଭିକ୍ସ ଆକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ।

0
ନୂଆପଡ଼ା-୨୭/୧ ସକାଳ ଖବର    (ସୁରେନ୍ଦ୍ର ପ୍ରସାଦ ତିୱାରୀ)  : ନୂଆପଡ଼ା  ହେଉଛି ଏକ ଉପାନ୍ତ ଜିଲ୍ଲା ତଥା ଛତିଶଗଡ଼ ସୀମାନ୍ତ ବର୍ତ୍ତି ଜିଲ୍ଲା । ଏଠାରେ  ସବୁ ସମୟରେ ବିଭିନ୍ନ ସମସ୍ୟା ଲାଗି ରହିଥାଏ  । ବିଶେଷ କରି  ଉପାନ୍ତ ଅଞ୍ଚଳ ହୋଇଥିବାରୁ ମାଓ ସମସ୍ୟା ,ପୋଲିସ ପାଇଁ ମୁଣ୍ଡ ବ୍ୟାଥା ଓ ଚ୍ୟାଲେଞ୍ଜ ହୋଇ ରହିଥାଏ । ଏହି ପରିପେକ୍ଷୀରେ  ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଉପାନ୍ତ ଅଞ୍ଚଳ ଭଇଁସାଦାନି ସ୍ଥିତ ୧୯ ବାଟାଲିୟନ ସିଆରପିଏଫ କ୍ୟାମ୍ପ  ପରିସର ମଧ୍ୟରେ ଶିଭିକ୍ସ ଆକ୍ସନ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି ।   ସିଆରପିଏଫ ଯବାନ ଓ ଉପାନ୍ତ ଅଞ୍ଚଳ ର ଅଧିବାସୀ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ପାଇଁ ଏହା ହେଉଛି ସରକାରଙ୍କ ଏକ ଭିନ୍ନ ପ୍ରୟାସ ।
ଏଣୁ ସାଧାରଣତନ୍ତ୍ର ଦିବସ ତଥା ମାଁ ସରସ୍ଵତୀଙ୍କ ପୂଜା ଅବସରରେ ସିଆରପିଏଫ ୧୯ବାଟାଲିୟନ ର ସିଭିସ୍କ ଆକ୍ସନ ପ୍ରୋଗ୍ରାମ ରେ ଭଇସାଦାନି ସିଆରପିଏଫ ୧୯ ବାଟାଲିୟନ ର କମାଣ୍ଡଡେଣ୍ଟ ସୁରେଶ ସାହୁ ଙ୍କ ତତ୍ତ୍ଵାବଧାନରେ ମୁଖ୍ୟ ଅତିଥି ଭାବରେ  ସ୍ଥାନୀୟ ସରପଞ୍ଚ ଗିରିଜା ମାଝୀ ଯୋଗଦାନ କରିଥିଲେ । ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ରଥମେ ସିଆରପିଏଫ ଯବାନ ମାନଙ୍କ ମଧ୍ୟରେ କ୍ରିକେଟ ଓ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା  ପରେ ପରେ ଉପାନ୍ତ ଅଞ୍ଚଳ ଭଇସାଦାନି ପଞ୍ଚାୟତ ର ବିଭିନ୍ନ ଗାଁରୁ ଆସିଥିବା ଗରିବ ନିରୀହ ଲୋକ ମାନଙ୍କୁ ଯବାନ ମାନଙ୍କ ଦ୍ଵାରା ଗରମ ସୁସ୍ୱାଦୁ ଭୋଜନ ପରସାଜାଇଥିଲା    ଓ ଅତି ନିରୀହ ୬୮ ଜଣ  ମହିଳା ,ପୁରୁଷ , ତଥା ବୃଦ୍ଧ , ବୃଦ୍ଧାଙ୍କୁ  ଡେକଚି ,ଗଞ୍ଜ ,ଚାମଚ୍ ,କଢ଼େଇ ,ଢାଙ୍କୁଣି , ପାତିଆ ଆଦି ରୋଷେଇ ସାମଗ୍ରୀ ବଣ୍ଟନ କରାଯାଇଥିଲା ।ଉପାନ୍ତ ଅଞ୍ଚଳ ଧୋବଘାଟ ଓ କୁଇମୁଣ୍ଡା ର କ୍ରିକେଟ ଖେଳାଳି ଙ୍କୁ କ୍ରିକେଟ ଉପକରଣ ଯଥା ବ୍ୟାଟ, ବଲ ,ଷ୍ଟାମ୍ପ ମଧ୍ୟ ପ୍ରଦାନ କରାଯାଇଥିଲା । ଭଇସାଦାନି ସିଆରପିଏଫ ୧୯ ବାଟାଲିୟନ ର ସମସ୍ତ ଯବାନ ତଥା ଯବାନ ଅମରେଶ ସାହୁ ଙ୍କ ପୂର୍ଣ୍ଣ ସହଯୋଗ ରେ ଆୟୋଜିତ କାର୍ଯକ୍ରମ ସଫଳ ହୋଇଥିଲା । ଯବାନ ମାନଙ୍କ ଏଭଳି  ସେବା କୁ ନେଇ ଉପାନ୍ତ ବାସୀ ଭୂୟସୀ ପ୍ରଶଂସା କରିଥିଲେ ।
Nalco
Leave A Reply