Odisha news

ସନ୍ଥ ସମାଗମ ଓ ଗୁରୁ ଦର୍ଶନ ଉତ୍ସବ ପାଳିତ

0
ନୂଆପଡ଼ା-୧୫/୧୦ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) : ନୁଆପଡା ଜିଲ୍ଲା ଖଡିଆଳ ସତନାମୀ ସାହି ରେ ସନ୍ଥ ସମାଗମ ଓ ଗୁରୁ ଦର୍ଶନ ଉତ୍ସବ ପାଳିତ  ହୋଇଯାଇଛି,ସତନାମୀ ସମାଜ ର ଷଷ୍ଟ  ଧର୍ମ ଗୁରୁ ତଥା ସତନାମୀ ସମାଜ ର ମୁଖ୍ୟ ଛତିସଗଡ ଭଣ୍ଡାରପୁରୀ ର ସୌରଭ ସାହେବ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ,ଏହି ଅବସର ରେ  ଗୁରୁ ସୌରଭ ସାହେବ  ସତନାମ ସମାଜ ର ମୁଖ୍ୟ ଗୁରୁ ଘାସିଦାସ ଙ୍କ ଆଦର୍ଶ ଓ ନୀତି ଉପରେ ଏକ ପ୍ରବଚନ ମାଧ୍ୟମ ରେ ସତନାମ ଭାଇ ଭଉଣୀ ମାନଙ୍କୁ ଉପଦେଶ ଦେଇଥିଲେ,ସତନାମୀ ସମାଜ ର ଆବାଳ ବୃଦ୍ଧ ବନୀତା ଯୁବକ ସମୁହ ପ୍ରବଚନ ସଭା ରେ ଯୋଗ ଦେଇଥିଲେ,ସତନାମୀ ସମାଜ ତରଫ ରୁ ଗୁରୁ ସୌରଭ ସାହେବ ଙ୍କ ଦର୍ଶନ କରି ସାନିଧ୍ୟ ଲାଭ କରିଥିଲେ,ଗୁରୁ ସୌରଭ ସାହେବ ଗୁରୁ ଘାସିଦାସ ବାବା ଙ୍କ ବଂଶଜ ତଥା ଷଷ୍ଟ ଗୁରୁ ଅଟନ୍ତି,ଆଜି ସତନାମୀ ସମାଜ ର ରାଜ୍ୟ ଅଧ୍ୟକ୍ଷ ଜୌତିଲାଲ ବଂଜାରେ ଙ୍କ ନାତୁଣୀ ଙ୍କ ନାମକରଣ  ଓ ଜନ୍ମ ବାର୍ଷିକ ଉତ୍ସବ ଉପଲକ୍ଷେ ଗୁରୁ ସୌରଭ ସାହେବ ଓ ତାଙ୍କ ସହ କର୍ମିମାନେ ବହୁ ସଂଖ୍ୟା ରେ ଯୋଗଦେଇଥିଲେ।ଜୌତିଲାଲ ବଂଜାରେ ଶେଷ ରେ  ଧର୍ମଗୁରୁ ସୌରଭ ସାହେହ  ତଥା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଥିଲେ।
Nalco
Leave A Reply