Odisha news

କେ.ଏମ୍.ଏମ୍ ର ରାଜ୍ୟ ଯୁଗ୍ମସଂପାଦକ ଭାବେ ଶାହରୁଖ ଖାନ୍ ମନୋନୀତ।

0
ନୂଆପଡ଼ା- ୧୪/୯ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ସଦରମହକୁମା ନିବାସୀ ତଥା ଯୁବ ସମାଜସେବୀ ଶାହରୁଖ ଖାନ୍ ଦୀର୍ଘ ଦିନ ଧରି କୋଶଳ ଆନ୍ଦୋଳନରେ ସାମିଲ ହୋଇ ସ୍ଵତନ୍ତ୍ର ରାଜ୍ୟ ଗଠନ ପାଇଁ ଅହରହ ସଂଘର୍ଷ କରି ଆସୁଛନ୍ତି l ସେ ବହୁ ଯୁବକମାନଙ୍କୁ କୋଶଳ ସଂଗ୍ରାମରେ ସାମିଲ କରି ନିଜର ଅଧିକାଂଶ ସମୟ ମାଟିର ସ୍ୱାଭିମାନ ଓ ହକ୍  ପାଇଁ ସଙ୍ଘର୍ଷ କରି,  ଆନ୍ଦୋଳନରେ ସମୟ ଦେଇ ନିଜର ଉପସ୍ଥିତି ଜାହିର କରି ସମସ୍ତଙ୍କୁ ଉତ୍ସାହିତ କରିଥାନ୍ତି  l ତାଙ୍କର ଉଚ୍ଚ କୋଟୀର ମନୋଭାବ ଏବଂ ଦୃଢ ନିଷ୍ଠାପର ଯୋଗୁଁ କୋଶଳ ରାଏଜ ମୁକ୍ତି ମୋର୍ଚ୍ଚା ରାଜ୍ଯ ସଭାପତି  ସାଗର ଚରଣ ଦାସ ଓ କେ.ଏମ୍.ଏମ୍ କମିଟି ର ନିଷ୍ପତ୍ତିକ୍ରମେ ଏକ ପତ୍ର ମାଧ୍ୟମରେ ଶ୍ରୀ ଖାନ୍ କୁ ରାଜ୍ୟ ଯୁଗ୍ମସଂପାଦକ ଭାବେ ମନୋନୀତ କରାଯାଇଥିବା ଜଣାପଡିଛି l ଏହି ଖବର ପ୍ରଚାରିତ ହେବାପରେ ବିଭିନ୍ନ କୋଶଳବାଦୀ ସଂଗଠନ ଓ କୋଶଳ ସଂଗ୍ରାମି ମାନଙ୍କ ତରଫରୁ ଶୁଭେଚ୍ଛା ର ସୁଅ ଛୁଟିଛି l
Nalco
Leave A Reply