ସାଧାରଣ ଭାବରେ ଲାଉ ଗୋଟିଏ ଏପରି ପରିବା ଯାହା ଶରୀର ପକ୍ଷରେ ଖୁବ୍ ହିତକର । କିନ୍ତୁ ଆୟୁର୍ବେଦ କହୁଛି ଯେ ଲାଉ ଭଳି ଲାଉ ଚୋପା ମଧ୍ୟ ସ୍ବାସ୍ଥ୍ୟ ଗତ ଗୁଣରେ ଭରପୁର ଅଟେ । ଲାଉ ଚୋପା ରେ ଅନେକ ଗୁଡ଼ିଏ ଭିଟାମିନ ଓ ମିନେରାଲ ଭରପୁର ହୋଇ ରହିଥାଏ ।
ଏକ୍ସପର୍ଟ ମାନଙ୍କ ମତରେ ଲାଉ ଚୋପା ରେ ଭିଟାମିନ ବି1, ଭିଟାମିନ ବି2, ଭିଟାମିନ ବି3, ଭିଟାମିନ ବି5, ଭିଟାମିନ ବି6, ଆଇରନ୍, କ୍ୟାଲସିୟମ , ଜୀଙ୍କ , ପୋଟାସିୟମ ଓ ମଗ୍ନେଶୀୟମ ଭଳି ପୋଷାକ ତତ୍ଵ ରହିଥାଏ ।
* ଗ୍ୟାସ୍ ରୁ ଆରାମ –
ଲାଉ ଚୋପା ଗ୍ୟାସ୍ ସମସ୍ୟା ରୁ ଆରାମ ଦେଇଥାଏ । ପାଚନ ପ୍ରକ୍ରିୟା କୁ ଠିକ୍ କରି କୋଷ୍ଠା କାଠୀନ୍ୟ ସମସ୍ୟା ଠିକ୍ କରିଥାଏ । ଏଥିରେ ଥିବା ଫାଇବର ଗ୍ୟାସ୍ , ଏସିଡିଟି, ଭଳି ପେଟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଦୂର କରିଥାଏ ।
* ଅର୍ଶ ରୋଗରୁ ମୁକ୍ତି ଦେଇଥାଏ –
ଲାଉ ଚୋପା ଅର୍ଶ ରୋଗକୁ ଠିକ୍ କରିବାରେ ଖୁବ୍ ପ୍ରଭାବୀ ଅଟେ । ତେଣୁ ଆପଣ ଲାଉ ଚୋପା କୁ ନ ଫୋପାଡି ଶୁଖାଇ ରଖନ୍ତୁ । ଏହାପରେ ପ୍ରତିଦିନ ତାହାକୁ ପାଣିରେ ଗୋଳାଇ ପିଅନ୍ତୁ ଏହାଦ୍ବାରା ଅର୍ଶ ସମସ୍ୟା ଦୂର ହେବ ।
* କେଶ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଠିକ୍ କରିଥାଏ ଲାଉ ଚୋପା । ଏଥିରେ ଥିବା ପୋଷାକ ତତ୍ତ୍ଵ ଯେପରିକି ଫୋଲେଟ୍, ଭିଟାମିନ ବି, ଭିଟାମିନ ସି, କ୍ୟାଲସିୟମ , ଆଇରନ ଓ ଜିଙ୍କ କେଶକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।
