ନୂଆପଡା-୨୫/୭ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଖଡିଆଳ ସ୍ବଂୟଶାସିତ ମହାବିଦ୍ୟାଳୟ ରେ ସୁବର୍ଣ୍ନ ସୁଯୋଗ ଆସିଛି, ଯେଉ ଗରିବ ଓ ମେଧାବୀ ଶ୍ରେଣୀ ର ଛାତ୍ର ଛାତ୍ରୀ ଟଙ୍କା ଅଭାବ ରୁ ମେଡିକାଲ ନିଟ ଓ ଜେଇଇ ପାଠ ପଢିବା ରୁ ବଞ୍ଚିତ ହେଉଛନ୍ତି,ସେହି ଛାତ୍ର ଛାତ୍ରୀ ମାନଙ୍କୁ ଯୁଯୋଗ ପ୍ରଦାନ ପାଇଁ ବାଇଜୁ -ଆକାଶ ଓ ନୀତି ଆୟୋଗ ,ଭାରତ ସରକାର ଙ୍କ ଶିକ୍ଷା ଅନୁଷ୍ଟାନ ମାଗଣା ରେ ଶିକ୍ଷା ଦାନ କରିବେ,ଏଥିପାଇଁ ନୂଆପଡା ଜିଲ୍ଲା ପ୍ରଶାସନ ନିଟ ପାଇଁ ୩୩ ଜଣ ଓ ଜେଇଇ ପାଇଁ ୧୨ ଜଣ ଛାତ୍ର ଛାତ୍ରୀ ଚୟନ କରିସାରିଛନ୍ତି। ଚଳିତ ମାସ ରେ ଏହି ଅନୁଷ୍ଚାନ ମାନଙ୍କ ଦ୍ବାରା କ୍ଲାସ ଆରମ୍ଭ ହେବା କୁ ଯାଉଛି,ଏହାର ସୁଯୋଗ ନେବାପାଇଁ ଜିଲ୍ଲା ପ୍ରଶାସନ ତଥା ମହାବିଦ୍ୟାଳୟ ପକ୍ଷରୁ ସୁଚନା ଦେଇଛନ୍ତି,ସୁଚନା ଯୋଗ୍ୟ ଯେ ବାଇଜୁ- ଆକାଶ (Byju-Akash) ଏବଂ ନୀତି ଆୟୋଗ ର ମିଲିତ ଉଦ୍ୟମ ରେ କୋଚିଂ ଆରମ୍ଭ ହେବ,ଓଡିଶା ର ୧୩ ଗୋଟି ଜିଲ୍ଲା ରେ ପ୍ରଥମ ପର୍ଯ୍ୟାୟ ରେ କାର୍ଯ୍ୟକାରୀ ହେବାକୁ ଯାଉଛି,ଦୁଇ ବର୍ଷ ପାଇଁ ।ପ୍ରକାଶ ଥାଉକି ଜଣେ ଜଣେ ଛାତ୍ର ଛାତ୍ରୀ ଙ୍କ ପାଇଁ ଭାରତ ସରକାର ସ ପାଞ୍ଚ ଲକ୍ଷ ପଚାଶ ହଜାର ଟଙ୍କା ଖର୍ଚ ହେବ ବେଲି ବାଇଜୁ- ଆକାଶ ପ୍ରତିନିଧି ଙ୍କ ସୁତ୍ର ରୁ ପ୍ରକାଶ, ଇତି ମଧ୍ୟ ରେ ପ୍ରତିନିଧି ମାନେ କଲେଜ ର ସୈଖିକ ଭିତ୍ତିଭୁମି କ୍ଷେତ୍ର ପରିଦର୍ଶନ କରିଯାଇଛନ୍ତି,ଏହାର ସଂପୁର୍ଣ୍ନ ସୁଯୋଗ ଓ ଲାଭ ଉଠାଇବା ପାଇଁ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ଖଡିଆଳ ସ୍ବୟଂ ଶାସିତ ମହାବିଦ୍ୟାଳୟ ର ଇନଚାର୍ଜ ପ୍ରିନ୍ସିପାଲ ଡକ୍ଟର ପଦ୍ମଲୋଚନ ବର୍ମା ସୁଚନା ପ୍ରଦାନ କରିଛନ୍ତି । ସରକାରଙ୍କ ଏଭଳି ଉଦ୍ୟମକୁ ସାଧାରଣରେ ପ୍ରଶଂସା କାରାଯାଇଛି।
