Odisha news

ଭାଜପା ପକ୍ଷରୁ ନବନିଯୁକ୍ତ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ

0

ସିମୁଳିଆ-୨୫/୦୭ : ଭାରତର ୧୫ତମ ରାଷ୍ଟ୍ରପତି ଭାବେ ନିଯୁକ୍ତି ପାଇଥିବା ଶ୍ରୀମତୀ ଦୌପଦୀ ମୁର୍ମୁଙ୍କ ପାଇଁ ସିମୁଳିଆ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି । ଶ୍ରୀମତୀ ମୁର୍ମୁଙ୍କ ଶପଥ ଗ୍ରହଣ ଅବସରରେ ସିମୁଳିଆ ବିଜେପି ପକ୍ଷରୁ ଆଦିବାସୀ ପୁରୁଷ ଓ ମହିଳାଙ୍କ ନୃତୁ୍ୟ ପରିବେଷର କରାଯିବା ସହ ଶ୍ରୀମତୀ ମୁର୍ମୁଙ୍କ ଏହି ନିଯୁକ୍ତି ପାଇଁ ଦଳପକ୍ଷରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଭାଜପା ଯୁବନେତା ଅବିନାଶ ବେହେରା ଓ ମହିଳାମୋର୍ଚ୍ଚା ଜିଲ୍ଲା ସମ୍ପାଦିକା ଭାରତୀ ମଲ୍ଲିକଙ୍କ ନେତୃତ୍ୱରେ ମାର୍କୋଣା ପଞ୍ଚାୟତ ପରିସରରୁ ବହୁ ଆଦିବାସୀ ପୁରୁଷ ଓ ମହିଳାମାନେ ମାଦଳର ତାଳେ ତାଳେ ନାଚିନାଚି ମାର୍କୋଣା ବସ୍ଷ୍ଟାଣ୍ଡ,ବଜାର ପରିକ୍ରମା କରି ବ୍ଲକ ଛକ ନିକଟରେ ଏକ ପଥପ୍ରାନ୍ତ ସଭା କରିଥିଲେ । ଏହି ସଭାରେ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡାଙ୍କ ସମେତ ବ୍ଳକ ଅଧ୍ୟକ୍ଷ ବାବାଜି ଚରଣ ମଲ୍ଲିକ, ସରପଞ୍ଚ କମଳାକାନ୍ତ ନାୟକ,ସମିତି ସଭ୍ୟ ଉତ୍ତମ କୁମାର ମହାନ୍ତି, ଭାଜପା ନେତା ରାଧାରମଣ ପଟ୍ଟନାୟକ, ବାବୁଲି ପଢୀଆରୀ,ନିରାକାର ପଣ୍ଡା, ଦୀପକ ଖିଲାର, ଜୁଲୁ ମହାନ୍ତିଙ୍କ ସମେତ ସିମୁଳିଆ ବ୍ଲକ ଅଂଚଳର ବହୁ ଭାଜପା କର୍ମୀମାନେ ସାମିଲ ଥିଲେ

Nalco
Leave A Reply