Odisha news

ଜିଲ୍ଲା ଓକିଲ ସଂଘ ପକ୍ଷରୁ ୧୭୪ ତମ ମଧୁବାବୁ ଜୟନ୍ତୀ ପାଳିତ

0

ନୂଆପଡା-୨୮/୪ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରି) ନୂଆପଡା ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆଜି ବାର ସଭା ଗୃହଠାରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଓକିଲ ଦିବସ ସହ ୧୭୪ ତମ ମଧୁବାବୁ ଜୟନ୍ତୀ ପାଳିତ ହୋଇଯାଇଅଛି। ସଭାରେ ଜିଲ୍ଲା ଓକିଲ ସଂଘ ସଭାପତି ପ୍ରସନ୍ନ ପାଢ଼ୀଙ୍କ ଅଧକ୍ଷତା ରେ ଅନୁଷ୍ଠିତ ସଭାରେ ମଧୁବାବୁଙ୍କ ଜୀବନ ଆଦର୍ଶ ଉପରେ ଆଲୋକପାତ କରିଥିଲେ। ପ୍ରଥମେ ତାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିବା ବେଳେ ବରିଷ୍ଠ ସଦସ୍ୟ ଅମିତାଭ ବୋଷ,ସମ୍ପାଦକ ଅଶ୍ବିନୀ ବାଗ, ପ୍ରକାଶ ଚନ୍ଦ୍ର ସେନାପତି, କ୍ଷିତିଶ ଅଶୋକ ବୋଧନଙ୍କର,କୁମୁଦ କୁମାର ହୋତା, ବିକାଶ କୁମାର ସୋନି, ପୁରୁଷୋତ୍ତମ ସୋନି,ଘାସିରାମ ବାଗ, ଘନଶ୍ୟାମ ସାହୁ,ଯୋଗେଶ କୁମାର ସାହୁ ବିଶ୍ଵନାଥ ରଣା ପ୍ରମୁଖ ଯୋଗ ଦେଇଥିଲେ। ସଭା ଶେଷରେ ସମ୍ପାଦକ ଅଶ୍ବିନୀ ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

Ad2
Leave A Reply