Odisha news

ବାରହା ମାଂସ ଓ ସାଗୁଆନ କାଠ ଜପତ: ଚାରି ଗିରଫ

ନୂଆପଡା-୭/୧୦ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ନୂଆପଡା ରେଞ୍ଜ ଅଧିନ ଟାନୱାଟ ଗ୍ରାମରେ ବନ ବିଭାଗ ଚଢଉ କରି ୩ କେଜି ତଟକା ବାର୍‌ହା ମାଂସ ଜବତ କରିବା ସହ ୪ ଜଣ ଶିକାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସୁରେଶ ଚନ୍ଦ୍ର ବିଶ୍ୱାଳ(୬୪), ଚୈତନ୍ୟ ଶବର(୫୬), ସଂକୀର୍ତ୍ତନ ଶବର (୫୯) ଓ ରାମ ଲାଲ ଶବର(୫୧)

ଗତକାଲି ସନ୍ଧ୍ୟାରେ ସଦର ରେଞ୍ଜ ଅଧିନ ଟାନୱଟ ଗ୍ରାମରେ ବନ୍ୟଜନ୍ତୁ ଶିକାର ହୋଇଥିବା ନେଇ କୈଣସି ବିଶେଷ ସୂତ୍ରରୁ ବନ ବିଭାଗ ଖବର ପାଇଥିଲେ। ରାତିରେ ରେଞ୍ଜର ବିନିତା ଭୋଇଙ୍କ ନେତୃତ୍ୱରେ ଏକ ବନ ବିଭାଗ ଟିମ ଟାନୱାଟ ଗ୍ରାମରେ ଚଢଉ କରି ୩ କେଜି ବରାହ ମାଂସ, ଦେଶୀ ବନ୍ଧୁକ, ଟାଙ୍ଗିଆ, ଓଜନ ମାପ ବଟ ଓ ତରାଜୁ ଜବତ କରିଥିଲା। ଆଜି ପୁନଃ ସକାଳେ ପୁଣି ବନ ବିଭାଗ ଟିମ ଉପ୍ତ ଗ୍ରାମରେ ଚଢଉ କରିବାରୁ ସୁରେଶ ବିଶ୍ୱାଳ ଘରେ ପ୍ରାୟ ୨୫ ହଜାରରୁ ଉର୍ଦ୍ଧ୍ବ ଟଙ୍କା ର ସାଗୁଆନ କାଠ ଜପତ କରିଛନ୍ତି।

ବନ ବିଭାଗର ଅଧିକାରୀମାନେ ଆଜି ରେଂଜ ଅଫିସରେ ଦିନ ତମାମ ଶିକାରୀ ମାନଙ୍କୁ ନେଇ ବନ୍ୟଜନ୍ତୁ ଶିକାର ଉପରେ ତନାଘନା ଜେରା କରିଥିଲେ। ଏଥିରେ ଆହୁରି ଶିକାରୀ ମାନଙ୍କ ସମ୍ପୃକ୍ତି ରହିଥିବା ଜଣା ପଡିବା ପରେ ତଦନ୍ତ ଅବ୍ୟାହତ ରଖିଛନ୍ତି। ଚଢ଼ଉ ସମୟରେ ଫରେଷ୍ଟର ଚୁଡାନାଥ ଶବର, ପରମାନନ୍ଦ ତାଣ୍ଡିି, ଦୀପ୍ତିମାନ ପଣ୍ଡା, ସଦନ ମାଝି, ଫରେଷ୍ଟଗାର୍ଡ ପ୍ରେମ ତାଣ୍ଡିି, ସଚ୍ଚିଦାନନ୍ଦ ସାହୁ, ସୂଚିସ୍ମୀତା ମୁଣ୍ଡା, ହେମନ୍ତ ଦୁର୍ଗା ପ୍ରମୁଖ ଥିଲେ ଚଢ଼ାଉ ରେ ସାମିଲ ହୋଇଥିଲେ।

Comments are closed.