ନୂଆପଡ଼ା-୬/୧୦ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରି ) : ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ରେ ଦୁର୍ଗା ପୁଜା କୁ ନେଇ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ସିନାପାଲି ଅଞ୍ଚଳର ବିଭିନ୍ନ ଦୂର୍ଗା ପୂଜା କମିଟି ର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ। ପୁଜା କୁ ନେଇ ଅନେକ ଆଲୋଚନା ହୋଇଥିବା ବେଳେ କୋଭିଡ ନିୟମ ପାଳନ, ସାମାଜିକ ଦୂରତା ରକ୍ଷା, ଜନଗହଳି ନ କରିବା, ସାଂସ୍କୃତିକ କାର୍ଯ୍ୟକ୍ରମ ରୁ ନିବୃତ୍ତ ରହିବା ସମେତ ଶାନ୍ତି ଶୃଙ୍ଖଳା ରକ୍ଷା କରି ପୁଜା କୁ ବିଧିରକ୍ଷା ହିସାବରେ ପାଳନ କରିବା ପାଇଁ ପ୍ରଶାସନ ଓ କମିଟି ତରଫରୁ ନିଷ୍ପତ୍ତି ନିଆଯାଇଥିଲା।
ଏହାର ଖିଲାଫି କଲେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ଏହି ବୈଠକରେ ସିନାପାଲି ସହର ର ଜଗନ୍ନାଥ ଛକ ଦୁର୍ଗା ପୁଜା କମିଟି, ରାବଣ ଛକ କମିଟି, ଶ୍ରୀରାମ ଛକ କମିଟି, ହନୁମାନ ଛକ କମିଟି,ସମେତ ସିଙ୍ଗଝର, ଚଳନା, ଟିମନ୍ପୁର, ନିଲଜି, ଗଣ୍ଡାବାହଲି ପ୍ରମୁଖ କମିଟି ର ସଦସ୍ୟ ଶଶିଭୂଷଣ ମାଝି, ରଜନୀକାନ୍ତ ମାଝି, ମଧୁ କୁମାର ଜୈନ, ସଡାନନସୁନାନୀ, ପ୍ରଦୀପ ପ୍ରଧାନ, ଦେବେନ୍ଦ୍ର ନାଏକ, ଅମରସିଂ ପ୍ରଧାନ, ଚତୁର୍ଭୁଜ ମେହେର, ଲୋକନାଥ ମେହେର, କେଜି ମେହେର,ସମେତ ଅନେକ ପୂଜା କମିଟି ସଦସ୍ୟ ଉପସ୍ଥିତ ରହିଥିଲେ। ସିନାପାଲି ଥାନା ଅଧିକାରୀ ଡମ୍ବରୁଧର ପ୍ରଧାନ, ସିନାପାଲି ତହସିଲଦାର ଲୋକନାଥ ଶବର, ସିନାପାଲି ସବ ଇନ୍ସପେକ୍ଟର ସୁଦର୍ଶନ ନାଏକ, କୁଳମଣୀ ବୁର୍ଡା, ସୁଜିତ ସାମନ୍ତରାୟ ପ୍ରମୁଖ ଏହି ବୈଠକ ରେ ଉପସ୍ଥିତ ରହି ଆଲୋଚନା କରିଥିଲେ।
Comments are closed.