Odisha news

କ୍ଲିନ ଇଣ୍ଡିଆ ପ୍ଲଷ୍ଟିକ ମୁକ୍ତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡା-୫/୧୦ (ସୁରେନ୍ଦ୍ର ପ୍ରସାଦ ତିୱାରି) ଆଜି କୋମନା ବ୍ଲକ ମାନିଗୁଡା ପଞ୍ଚାୟତ ଅନ୍ତର୍ଗତ ନାଏକପଡ଼ା ଗ୍ରାମରେ ସ୍ଵାମୀ ବିବେକାନନ୍ଦ ୟୁଥ୍ କ୍ଲବ୍ ଓ ନେହେରୁ ୟୁବା କେନ୍ଦ୍ର ନୂଆପଡ଼ାର ମିଳିତ ପ୍ରଚେଷ୍ଟାରେ କ୍ଲିନ୍ ଇଣ୍ଡିଆ ପ୍ଲାଷ୍ଟିକ ମୁକ୍ତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗ୍ରାମର ମନ୍ଦିର, ସ୍କୁଲ ଘର, ଆଙ୍ଗନବାଡ଼ି ସେଣ୍ଟର୍ ତଥା ସମଗ୍ର ଗ୍ରାମକୁ ଭ୍ରମଣକରି ଯୁବକମାନଙ୍କ ଦ୍ୱାରା ପ୍ଲାଷ୍ଟିକ ସଫା କରାଯାଇଥିଲା। ଗ୍ରାମର ୱାର୍ଡ ମେମ୍ବର ସୁକ୍ରୁ ମାଝି ଏବଂ ୟୁଥ୍ କ୍ଲବର ସଭାପତି ଭଗବାନ ହଂସ, ସମ୍ପାଦକ ପୁରନ୍ଦର ହଂସ, ସରୋଜ ମାଝୀ, ଗୋବର୍ଦ୍ଧନ ହଂସ, ହରିହର ହଂସ, ଦୂର୍ଜେ ମାଝୀ, ଜିତୁ ହଂସ, ଲୋକନାଥ ହଂସ,ଲକ୍ଷ୍ମଣ ହଂସ, ହୃଷୀକେଶ ବନଛୋର, ପଣ୍ଡୁ ମାଝୀ, ଭଗତରାମ ମାଝୀ, ଦେବେନ୍ଦ୍ର ହଂସ, ବେଣୁଧର ମାଝୀ, ପରେଶ୍ ମାଝୀ, ଏବଂ ନେହେରୁ ଯୁବ କେନ୍ଦ୍ରର ସ୍ବେଛାସେବୀ କହ୍ନେଇ ନିଆଲ ଓ ପ୍ରେମଲାଲ ଆଡବଂଗ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୂମିକା ତୁଳାଇଥିଲେ।

Comments are closed.