Odisha news

ପଦ୍ମିନୀ ଙ୍କୁ ସହଯୋଗ ଓ ସାହାଯ୍ୟ ର ହାତ ବଢ଼ାଇଲା ଜିଲ୍ଲା ପ୍ରଶାସନ

ନୂଆପଡା-୫/୧୦ ସକାଳ ଖବର(ସୁରେନ୍ଦ୍ର ପ୍ରସାଦ ତିୱାରି) ସ୍ୱପ୍ନ ଉଚ୍ଚ ଶିକ୍ଷାର କିନ୍ତୁ ଗୋଟିଏ ହାତ ରେ କଲମ ଓ ଅନ୍ୟହାତ ରେ କରନି ,ସେ ହାର ମାନିନି, ଜୀବନ ସଂଗ୍ରାମ ରେ ଅନବରତ ସଙ୍ଘର୍ଷରତ ଜିଲ୍ଲାର ଏକ ଅନନ୍ୟ ପ୍ରତିଭା କୋମନା ବ୍ଲକ ନୂଆଗାଁ ଗ୍ରାମର ପଦ୍ମନୀ ରଣା, ପ୍ରଥମ ଜିଲ୍ଲାର ରାଜମିସ୍ତ୍ରୀ। ଏପଟେ ପେଟ ପାଟଣା ପାଇଁ ରାଜମିସ୍ତ୍ରୀ ସାଜି ଥିଲା ବେଳେ ଶିକ୍ଷା ପ୍ରତି ମୋହ କମିନାହିଁ, ସେ +୨ ଛାତ୍ରୀ । ଆଜି ଜିଲ୍ଲାପାଳ ସ୍ବାଧା ଦେବ ସିଂ ସହାୟତା ଓ ସହଯୋଗ ର ହାତ ବଢ଼ାଇଛନ୍ତି ଓ ପ୍ରତିଶ୍ରୁତି ଦେଇଛନ୍ତି। ଜିଲ୍ଲାପାଳଙ୍କ ପ୍ରକୋଷ୍ଠ ରେ ଏକ ଘଣ୍ଟା କାଳ ପଦ୍ମନୀ ରଣା ସହ ଜିଲାପାଳ ଶ୍ରୀମତୀ ସିଂ ଆଲୋଚନ କରି ଉଚ୍ଚ ଶିକ୍ଷା ପାଇଁ ପରାମର୍ଶ ଦେଇଥିଲେ। ଉଚ୍ଚ ଶିକ୍ଷା ପାଇଁ ସମସ୍ତ ସହାୟତା କରାଯିବା ସହ ତାଙ୍କ ମାଁ କୁ ମଧ୍ୟ ପଦ୍ମନି ସହ ରହିବା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ସେ ଜଣେ ରାଜମିସ୍ରୀ ହେବା ସହ ଅଞ୍ଚଳର ସୁନାମଧନ୍ୟ ଖେଳାଳୀ , ଅଞ୍ଚଳର ପ୍ରଥମ ମହିଳା ଇଲେକ୍ଟ୍ରିସିଆନ ଏଭଳି ବହୁ ପ୍ରତିଭାର ଅଧିକାରୀ ପଦ୍ମିନୀ ରଣା ଏଯାଏ ସହ ସହ ସରକାରୀ ଓ ବେସରକାରୀ ଘର ନିର୍ମାଣ କରିବାର ଅନୁଭ ରହିଛି । ଅନ୍ୟ ପାଇଁ ପଦ୍ମିନୀ ଏକ ଉଦାହରଣ ଅଟନ୍ତି। ତାଙ୍କ ମାଁ ଙ୍କୁ ବିଧବା ଭତ୍ତା ପାଉଥିବା ବେଳେ ଏକ ଆବାସ ଗୃହ ସରକାରଙ୍କ ତରଫରୁ ମିଳିଛି ଓ ନିର୍ମାଣ କାର୍ଯ୍ୟ ଚାଲୁଅଛି। ଧନ୍ଦାମୁଳକ ଶିକ୍ଷା ପ୍ରତି ମଧ୍ୟ ପଦ୍ମିନୀ ଇଛୁକ। ଏଭଳି ବହୁମୁଖୀ ପ୍ରତିଭା ର ଧନୀ ପଦ୍ମନିଙ୍କୁ ଜିଲାପାଳ ସହଯୋଗ ର ହାତ ବଢ଼ାଇ ଥିବାରୁ ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇଛି।

Comments are closed.