Odisha news

ସ୍ବର୍ଣ୍ଣକାର ସମାଜର ନୂଆଖାଇ ଭେଟଘାଟ

ନୂଆପଡା-୦୩-୧୦ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସିଙ୍ଖଝର ସ୍ବର୍ଣ୍ଣକାର ସମାଜର ଯୁବଗୋଷ୍ଠୀଙ୍କ ଆନୂକୁଳ୍ୟରେ ସିଙ୍ଖଝର ଗ୍ରାମର ସମସ୍ତ ସୂନାରୀ ପରିବାରଙ୍କୁ ନେଇ ଏକ ପ୍ରଥମ କରି ନୂଆଖାଇ ଭେଟଘାଟ ଉତ୍ସବ ମହାସମାରୋହରେ ପାଲିତ ହୋଇ ଅଛି । ଉକ୍ତ ଉତ୍ସବରେ ପଡୋଶୀ ଗ୍ରାମ ବ୍ରାହ୍ମଣପଡା,କୋଟାମାଲ ଏବଂ ମହଁଗାଁର ସଭାପତି ଏବଂ ସମ୍ପାଦକ ଯୋଗଦାନ କରିଥିଲେ ।

ପ୍ରଥମେ ସମାଜର ଆରାଧ୍ୟ ଦେବତା ବିଶ୍ଵକର୍ମାଙ୍କ ପୂଜା କରାଯାଇଥିଲା। ପରେ ସମାଜର ସଂଗଠନ,ସଂସ୍କାର, ଶିକ୍ଷା, କୌଳିକ ବୢତ୍ତିର ବିକାଶ ଆଦି ସଂପର୍କରେ ଆଲୋଚନା କରାଯାଇ ଥିଲା ।ନୂଆଖାଇ ଭେଟଘାଟ ଅବସରରେ ସମାଜକୁ ଶ୍ମଶାନ ଘାଟ ପାଇଁ ଜମି ଦାନ ଦେଇ ଥିବା ସହୃଦୟ ବ୍ୟକ୍ତି ଶ୍ରୀଯୁକ୍ତ ଜୟ ପ୍ରସାଦ ବୈଠାରୁଙ୍କୁ ଫୁଲମାଳ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ସେହି ମଶାଣୀ ଘାଟର ସୌନ୍ଦର୍ଯ୍ୟକରଣ ପାଇଁ ଆଲୋଚନା କରାଯାଇଥିଲା ।

ଉକ୍ତ ଆଲୋଚନାରେ ସମାଜ ବନ୍ଧୁ ଖୁସି ହୋଇ ଶ୍ମଶାନ ଘାଟ ପାଇଁ ଶ୍ରମ ଦାନ ଓ ଅର୍ଥ ଦାନ ଦେବା ପାଇଁ ସଂକଳ୍ପ ହୋଇ ଆଗାମୀ ଦିନ ପାଇଁ ସ୍ବର୍ଣ୍ଣକାର ସମାଜର ସୁଚିନ୍ତା, ଉନ୍ନତି ଓ ପ୍ରତ୍ୟେକ ବର୍ଷ ନୂଆଖାଇ ଭେଟଘାଟ ଉତ୍ସବ ପାଳନ କରିବାପାଇଁ ସ୍ଥିର କରାଯାଇଛି ।

Comments are closed.