Odisha news

ପୁର୍ବ ଶତ୍ରୁତା କୁ ନେଇ ଯୁବକ ଙ୍କୁ ଛୁରାମାଡ

ନୂଆପଡା-୧୮/୯ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ନୂଆପଡା ଜିଲ୍ଲା ସିନାପାଲି ଥାନା ଘୁଚାଗୁଡା ଗ୍ରାମର ଜଣେ ଯୁବକ ଙ୍କୁ ପୁର୍ବ ଶତ୍ରୁତା ରଖି ଛୁରାମାଡ ମାରିଥିବା ସିନାପାଲି ଥାନା ରେ ଏଫଆଇଆର ହୋଇଛି। ଯୁବକ ଜଣକ ହେଲେ ଘୁଚାଗୁଡା ଗ୍ରାମର ଜୁଲେଶ୍ୱର ପ୍ରଧାନ (୨୨) ବୋଲି ଜଣାପଡିଥିବା ବେଲେ ଯୁବକ ଙ୍କ ମାଁ ଗୋପବାଲି ପ୍ରଧାନ ସିନାପାଲି ଥାନା ରେ ଅଭିଯୋଗ କରିଛନ୍ତି। ଅଭିଯୋଗ ନୁସାରେ ଗତ ୧୭ ତାରିଖ ରାତ୍ରି ରେ ଯୁବକ ଜଣକ ଫୁରସୁଣ୍ତ ଗ୍ରାମ ରେ ବିଶ୍ୱକର୍ମା ପୁଜା ଅବସର ରେ ରାତ୍ରି ରେ ନାଟକ ଦେଖିବାକୁ ଯାଇଥିଲେ। ହେଲେ ସେହି ସମୟରେ ପୁର୍ବ ଶତ୍ରୁତା କୁ ନେଇ ଉକ୍ତ ଘୁଚାଗୁଡା ଗ୍ରାମର ବିକୁ ନାଏକ, ଫୁରସୁଣ୍ତ ଗ୍ରାମ ର ଦେବରାଜ ବାଗ, ରଶ୍ମିରଂଜନ ନିଆଲ ସହ ଅନ୍ୟ ୮ରୁ୯ ଜଣ ବ୍ୟକ୍ତି ଫୁରସୁଣ୍ତ ଗ୍ରାମ ମାଁ ଠାକୁରାଣୀ ମନ୍ଦିର ପାଖରେ ଛୁରାମାଡ ମାରିଥିଲେ। ଯାହା ଫଲରେ ଯୁବକ ଙ୍କ ଶରୀର ର ବାମହାତ, କାନ, ପିଛାରେ ଛୁରାମାଡ ହୋଇଥିବା ବେଳେ ନିସ୍ତୁକ ଦରଦ ହୋଇ ରକ୍ତ ସ୍ରାବ ହୋଇଛି। ରକ୍ତ ଥମୁନଥିବା ପରିବାର ରୁ ଜଣାପଡିଛି। ପୁଣି ଅଭିଯୁକ୍ତ ମାନେ ଯୁବକ ଙ୍କ ବେକକୁ ଛୁରୀରେ କାଟିବାର ଉଦ୍ଦେଶ୍ଯ

ରଖିଥିବା ବେଲେ ଘଟଣା ର ହୋହାଲ୍ଲା ଶୁଣି ସ୍ଥାନୀୟ କିଛି ଯୁବକ ଆସିବାରୁ ଯୁବକ ଙ୍କୁ ଛାଡି ଅଭିଯୁକ୍ତ ମାନେ ଚାଲି ଯାଇଥିଲେବୋଲି ଏହି ମର୍ମରେ ଏନେଇ ସିନାପାଲି ଥାନାରେ ଯୁବକ ଙ୍କ ମାଁ ଏତଲା କରିଛନ୍ତି। ଗ୍ରାମର ଅନ୍ୟାନ୍ୟ ଲୋକେ ମଧ୍ଯ ନାଟକ ଦେଖିବାକୁ ଆସିଥିବା ବେଲେ ଘଟଣାସ୍ଥଳ କୁ ପାଟିତୁଣ୍ଡ ହୋ ହାଲ୍ଲା ଶୁଣି ଦୌଡ଼ି ଯାଇଥିବାରୁ ଯୁବକ ଜଣକ ବଞ୍ଚି ଯାଇଥିବା ଜଣାପଡିଛି। ଖବର ଶୁଣି ପରିବାର ଲୋକେ ପ୍ରଥମେ ସିନାପାଲି ହସପିଟାଲ ଚିକିତ୍ସା ପାଇଁ ନେଇଥିବା ବେଲେ ଅବସ୍ଥା ସାଂଘାତିକ ହୋଇଥିବା ରୁ ଖଡିଆଳ ହସପିଟାଲ କୁ ସ୍ତାନାନ୍ତର କରାଯାଇଛି। ହେଲେ ଖଡିଆଳ ହସପିଟାଲ ରେ ମଧ୍ଯ ଚିକିତ୍ସା ଚାଲିଥିବା ବେଲେ ରକ୍ତ ଝରିବା ଥମୁନଥିବାରୁ ଜିଲ୍ଲା ଚିକିତ୍ସାଳୟ କୁ ନେବା ପାଇଁ ପରିବାର ଲୋକେ ପ୍ରକାଶ କରିଛନ୍ତି। ଏନେଇ ସିନାପାଲି ଥାନାରେ କେସ୍ ନମ୍ୱର ୨୦୧/୨୧ ମାମଲା ରୁଜୁକରି ତଦନ୍ତ ଚଲାଇଥିବା ବେଲେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିନାପାଲି ଥାନାଧିକାରୀ ଡମ୍ୱରୁଧର ପ୍ରଧାନ କହିଛନ୍ତି।

Comments are closed.