Odisha news

ଯୁବ ରେଡ଼ କ୍ରସ ର ବାର୍ଷିକ ଯୋଜନା ପ୍ରସ୍ତୁତି ବୈଠକ ଅନୁଷ୍ଠତି

ନୂଆପଡା୨୪/୮ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଜିଲ୍ଲା ସଦର ମହକୁମା ସ୍ଥିତ ନ୍ୟସନାଲ କଲେଜ ପରିସର ମଧ୍ୟରେ ଯୁବ ରେଡ଼କ୍ରସ ବାର୍ଷିକ ଯୋଜନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନ୍ୟାସନାଲ ମହାବିଦ୍ୟାଳୟ ଅଧ୍ୟକ୍ଷା ତଥା ପ୍ରୋଫେସର କବିତା ରଥଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାକୁ ଜିଲ୍ଲା ରେଡ଼କ୍ରସ ଆବାହକ ସଂପାଦକ ଭୂଖନ ରାମ ଅହୀର ସଂଯୋଜନା କରିଥିଲେ। ମୁଖ୍ୟ ଅତିଥି ରୂପେ ଯୁବ ରେଡ଼ କ୍ରସ ରାଜ୍ୟ ଅଧିକାରୀ ଡ଼ଃ. ଅଜୟ କୁମାର ତ୍ରିପାଠୀ ,ରାଜ୍ୟ କନିଷ୍ଠ ରେଡ଼ କ୍ରସ ଅଧିକାରୀ ଅଜୟ କୁମାର ସ୍ୱାଇଁ, ଉକ୍ତ ମହାବିଦ୍ୟାଳୟ ର ଅବସର ପ୍ରାପ୍ତ ଅଧ୍ୟକ୍ଷ ସମରେନ୍ଦ୍ର ନାରାୟଣ ଦାସ, ସଭାରେ ଅତିରିକ୍ତ ରେଡ଼ କ୍ରସ ଅଧିକାରୀ ଲକ୍ଷ୍ମଣ କୁମାର ସ୍ବାଇଁ, ଯୋଗ ଦେଇଥିଲେ। ସଭାରେ କଲେଜ ଏବଂ ରେଡ଼ କ୍ରସ ଅଧ୍ୟକ୍ଷ କବିତା ରଥ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନୀତ ଅତିଥି ରୂପେ ପୂର୍ବତ୍ତନ ଅଧକ୍ଷ ସମରେନ୍ଦ୍ର ନାରାୟଣ ଦାଶ୍ ,ଜିଲ୍ଲା ସଂଯୋଜକ ଅଶ୍ବିନୀ ଓତା, ଏ ଥିରେ ଜିଲ୍ଲା ର ସମସ୍ତ ମହାବିଦ୍ୟାଳୟ ର ରେଡକ୍ରସ ପରମର୍ଶ ଦାତାମାନେ ଯୋଗଦାନ କରିଥିଲେ। ଉକ୍ତ ବୈଠକରେ ଚଳିତ ବର୍ଷର ବାର୍ଷିକ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏହି ପରି କ୍ଲଷ୍ଟର ସ୍ତରୀୟ ପ୍ରଶିକ୍ଷଣ ଶିବିର, ରକ୍ତଦାନ ଶିବିର, ବୃକ୍ଷରୋପଣ,ପ୍ରାଥମିକ ଚିକତ୍ସା, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ପ୍ରସ୍ତୁତି ଭଳି ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା ପାଇଁ ବୈଠକରେ ନିଷ୍ପତ୍ତି ନିଆଗଲା। ଉକ୍ତ ମହାବିଦ୍ୟାଳୟ ର ଅବସର ପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଦାସ ଙ୍କୁ ମୁଖ୍ୟଅତିଥି ରାଜ୍ୟ ଯୁବ ରେଡ଼କ୍ରସ ଅଧିକାରୀ ଡ଼ାକ୍ତର ତ୍ରିପାଠୀ ସମ୍ବର୍ଦ୍ଧିତ କରିଥିଲେ। ଜିଲ୍ଲା ସଂଯୋଜକ ଅଶ୍ୱିନୀ ଓତା ବାର୍ଷିକ ବିବରଣୀ ପାଠ କରିଥିଲେ। କାର୍ଯ୍ୟକାରୀଣି ବୈଠକ ରେ ଜିଲ୍ଲାର ୨୬ ଗୋଟି କଲେଜ ରୁ ୩୬ ଜଣ ଅଧକ୍ଷ ଏବଂ କାଉନସିଲର ମାନେ ଯୋଗ ଦେଇଥିବା ବେଳେ ଶେଷ ରେ ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ପ୍ରାମର୍ଶଦାତା ଡ଼ଃ.ତରୁଣ କୁମାର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.