ନୂଆପଡା-୨୦/୮ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି ) କାବ୍ୟ ଅନୁରକ୍ତି ତରଫରୁ ୱେବିନାରରେ ସ୍ବାଧୀନତା ଦିବସ ଉପଲକ୍ଷେ ମାସିକ କବିତା ଆସର ବହୁ ଭାଷୀ କାବ୍ୟ ସନ୍ଧ୍ୟା”କାବ୍ୟାନୁଭଵରେ ସ୍ବାଧୀନତା” ଆୟୋଜିତ ହୋଇ ଯାଇଛି ।
ବିଶିଷ୍ଟ ଓଡିଆ ଭାଷା ସାହିତ୍ୟର କବି ଦେବଦାସ ଛୋଟରାୟ ଆନୁଷ୍ଠାନିକ ଭାବେ କବିତା ଆସରକୁ ଉଦଘାଟନ କରି ଥିଲେ ।କଣ୍ଠ ଶିଲ୍ପୀ ରାସ ବିହାରୀ ଘିଭେଲାଙ୍କ ଦେଶାତ୍ମବୋଧକ ଗୀତ ପରେ ଆସର ଆରମ୍ଭ ହୋଇ ଥିଲା । ଦେଶର ୪ଟି ରାଜ୍ୟର ୨୦ଜଣ କବି କବୟତ୍ରୀ ଯୋଗଦାନ କରି ସ୍ବରଚିତ କବିତା ପାଠ କରି ଥିଲେ ।
କବିତା ଆସର ଆରମ୍ଭରେ କାବ୍ୟ ଅନୁରକ୍ତିର ପ୍ରତିଷ୍ଠାତା କବି ଶ୍ରୀମତୀ ଯଶୋଧାରା ଦାସ ଉଦ୍ଦେଶ୍ୟ ଜ୍ଞାପନ କରି ଥିଲେ । କବି ସେନାପତି ପ୍ରଦ୍ୟୁମ୍ନ କେଶରୀ କବିତା ଆସରରେ ସଭାପତିତ୍ବ କରି ଥିଲେ । ପଶ୍ଚିମ ବଙ୍ଗର କବୀ ଡ. ମନ୍ଦାର ମୁଖାର୍ଜୀ, ଆସାମର କବି ଅପୂର୍ବ ରଞନ ଦତ୍ତା, କବୀ ଅନ୍ତରା ଦତ୍ତା, କୁଇ ଭାଷାର କବି ଅନୁଜ ମୋହନ ପ୍ରଧାନ, ଛତିଶଗଡି ଭାଷାର କବି ହରିବଂଶ ସିଂ ଠାକୁର, ଓଡିଆ ଭାଷାର କବି ରକ୍ଷକ ନାୟକ,କବୀ ନର୍ମଦା ନିଲୋତ୍ପଳା,କବି ବିଦେଶୀନାୟକ,,ଡ.ଗୀତାଶ୍ରୀ ପ୍ରିୟମ୍ବଦା, କୋଶଲୀ ଭାଷାର କବୀ ମାନିନୀ ମେହେର ପ୍ରମୁଖ ସ୍ବରଚିତ କବିତା ପାଠ କରି ଥିଲେ । ନୂଆପଡା ଜିଲ୍ଲା ଖଡିଆଳ ଅଟୋନମସ୍ କଲେଜର ଅଧ୍ୟାପିକା କବୀ ଡ. ଗୀତାଶ୍ରୀ ପ୍ରିୟମ୍ବଦା କାର୍ଯ୍ୟକ୍ରମ ସଂଯୋଜନା କରି ଥିଲେ ।ନୂଆପଡାର ସାମ୍ବାଦିକ ତଥା ଯୁବ ଗାଳ୍ପିକ ମାୟାଧର ସରାଫ ଧନ୍ୟବାଦ ଅର୍ପଣ କରି ଥିଲେ ।
Prev Post
Comments are closed.