ନୂଆପଡା୧୧/୮ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଜିଲ୍ଲା ର ଖରିଆର ରୋଡ଼ ସହ ଜିଲ୍ଲାର ତିନି ଗୋଟି ବିଜ୍ଞାପିତ ଅଞ୍ଚଳରେ ନିର୍ମାଣ ହେବା କୁ ଥିବା ଇଣ୍ଡୋର ଷ୍ଟାଡିଅମ ଘୋଷଣା କରିଛନ୍ତି ରାଜ୍ୟ ସରକାର। ନୂଆପଡା ଠାରେ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବା ବେଳେ ଖରିଆରରୋଡ଼ ଏବଂ ଖଡ଼ିଆଳ ସହରରେ ନିର୍ମାଣ ହେବ ଇଣ୍ଡୋର ଷ୍ଟାଡିଅମ।
ନୂଆପଡା ବିଧାୟକ ରାଜେନ୍ଦ୍ର ପ୍ରଶାଦ ଢୋଲକିଆ(ରାଜୁ ଭାଇ), ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଭାନୁପ୍ରତାପ ସିଂ ମାଝୀ, ଜିଲ୍ଲା ପରିଷଦ ସଭ୍ୟ ଅବନୀ ଯୋଶୀ, ବିଜେଡି ସାଧରଣ ସମ୍ପାଦକ ସୁଧୀର ମିଶ୍ର, ଯୁବ ସଭାପତି ହରିଶ୍ଚନ୍ଦ୍ର ପଣ୍ଡା (ଟିଟୁ ଭାଇ), ବ୍ଲକ ସଭାପତି ରମାକାନ୍ତ ଠାକୁର, ବିଲାଲ ଭାଇ ପ୍ରମୁଖ ଯୋଗ ଦେଇଥିଲେ। କ୍ରୀଡ଼ାବିତମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ। କ୍ରୀଡା ଜଗତରେ ଜିଲ୍ଲାର ଉଦିୟମାନ ଖେଳାଳି ଙ୍କ ପ୍ରତିଭାର ଉନ୍ନତି ପାଇଁ ଇଣ୍ଡୋର ଷ୍ଟାଡିଅମ ନିର୍ମାଣ ନିମନ୍ତେ ଛଅ କୋଟି ଟଙ୍କା ମଞ୍ଜୁର କରିଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ ସହ କୃତଜ୍ଞତା ଜଣାଇଥିଲେ ବିଧାୟକ ଶ୍ରୀ ଢୋଲକିଆ।
Comments are closed.