ନୂଆପଡା-୬/୮ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଆଜି ଜୟକିଷାନ ମଜଦୂର ସଂଗ୍ରାମ ପରିଷଦ ର ଆବାହକ ଶ୍ରୀ ଯଦୁମଣି ପାଣିଗ୍ରାହୀ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲା କୃଷି ମୁଖ୍ୟ ଅଧିକାରୀ ଶ୍ରୀ ନିରଞ୍ଜନ ଦାସ ଙ୍କୁ ନୂଆପଡା କାର୍ଯ୍ୟାଳୟ ରେ ସାକ୍ଷାତ ଆଲୋଚନା କରି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଆଠ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି।
ନୂଆପଡା ଜିଲ୍ଲାରେ ଖରିଫରେ କୋଡିଏ ହଜାର ମେଟ୍ରିକ ଟନ ସାର ର ଅଵଶ୍ୟକତା ଥିବାବେଳ ତାର ଅଧାରୁ ବି କମ ଦିଆଯାଇଥିବାରୁ ସାର ର ଉତ୍କଟ ଅଭାବ ଓ ଚଢା ଦର ରେ ବିକ୍ରି, କଳାବଜାରୀ ହେତୁ ଚାଷୀ ଙ୍କ ମହଲରେ ଘୋର ନୈରାଶ୍ୟ ଓ କ୍ଷୋଭ ପରିଲକ୍ଷିତ ହେଉଛି। ଜୁନ ଓ ଜୁଲାଇ ମାସ ତଥା ଅଗଷ୍ଟ ପ୍ରଥମ ସପ୍ତାହ ଭିତରେ ସ୍ୱଳ୍ପ ବୃଷ୍ଟିପାତ ହେତୁ ଚାଷୀ ଙ୍କ ମନରେ ଗଜା ମରୁଡି ର ଭୟ ଓ ଆଶଙ୍କା ସୃଷ୍ଟି ହୋଇଛି।
ଜିଲ୍ଲାର ଚାଷୀ ଙ୍କ ଆବଶ୍ୟକ ଥିବା ସାର ବିଶେଷକରି ୟୁରିଆ ଓ ଡି.ଏ.ପି. ସାର ର ଚାହିଦା ପୁରଣ ପାଇଁ ଦୁଇ ରେଳ ରେକ ଲେଖାଏଁ ୟୁରିଆ ଓ ଡି.ଏ.ପି.ସାର ତୁରନ୍ତ ସପ୍ତାହ ଭିତରେ ଯୋଗାଣ,ବିକ୍ରି ପାଇଁ ସାର ଆବଣ୍ଟନ ସମୟରେ ସମବାୟ ସଂସ୍ଥା କୁ ଅଗ୍ରାଧିକାର ଦେଇ ଶତକଡା ସତୁରି ଭାଗ ଆବଣ୍ଟନ, ସାର ପରିବହନକାରୀ, ବିଭାଗୀୟ ଅଧିକାରୀ ଓ ସାର କମ୍ପାନୀ ଙ୍କ ମିଳିତ ଷଡଯନ୍ତ୍ର ଓ ଦୁର୍ନୀତିରେ ସାର ର ଅଭାବୀ ବିକ୍ରି ଓ କଳାବଜାରୀ ର ଅଭିଯୋଗ ବିରୁଦ୍ଧରେ ଉଚ୍ଚ ସ୍ତରୀୟ ତଦନ୍ତ ଓ କଡାକଡି ଯାଞ୍ଚ, ସାର କେଉଁ ସମବାୟ ସଂସ୍ଥା ଓ ଡିଲର କୁ କେତେ ଆବଣ୍ଟନ କରାଗଲା ତାର ବିବରଣୀ ସର୍ଵସାଧାରଣ ରେ ପ୍ରକାଶ, ଆସନ୍ନ ଗଜା ମରୁଡି ପାଇଁ ଆଗତୁରା ବିକଳ୍ପ ବ୍ୟବସ୍ଥା, ପ୍ରଧାନମନ୍ତ୍ରୀ ଫସଲବୀମା ପାଇଁ ଅଗଷ୍ଟ ତିରିଶ ପର୍ଯ୍ୟନ୍ତ ସମୟ ବୃଦ୍ଧି, ଚାଷୀ ପଞ୍ଜୀକରଣ ପାଇଁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସମୟ ସୀମା ବୃଦ୍ଧି,୨୦୧୭-୧୮-୧୯ ର ବକେୟା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଚାଷୀ ଙ୍କୁ ତୁରନ୍ତ ପ୍ରଦାନ, ଜିଲ୍ଲା ଓ ରାଜ୍ୟ ସ୍ତରରେ ପଡିରହିଥିବା କାଳିଆ ଯୋଜନାରେ ୫୨୦୦ ଓ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ୨୩୪୪ ଚାଷୀ ଙ୍କ ଦରଖାସ୍ତ ତୁରନ୍ତ ମଞ୍ଜୁର ପାଇଁ ବ୍ୟବସ୍ଥା ଇତ୍ୟାଦି ଦାବୀ କରାଯାଇଛି। ଏହା ଉପରେ ଜିଲ୍ଲା କୃଷିମୁଖ୍ୟ ଅଧିକାରୀସହିତ ବିସ୍ତୃତ ଚର୍ଚ୍ଚା ଆଲୋଚନା କରିବା ସହିତ ସମସ୍ୟାର ତୁରନ୍ତ ସମାଧାନ କରା ନଗଲେ ଆଗାମୀ ଦିନରେ ପରିଷଦ ତରଫରୁ ଜୋରଦାର ଆନ୍ଦୋଳନ ମାଧ୍ୟମରେ ଜବାବ ଦିଆଯିବ ବୋଲି ଶ୍ରୀ ପାଣିଗ୍ରାହୀ ଚେତାବନୀ ଦେଇଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ପରିଷଦର ସହ ଆବାହକ ଶ୍ରୀ ବସନ୍ତ ସିଂ ଠାକୁର,କୋମନା ବ୍ଲକ ସଭାପତି ଶ୍ରୀ ଅଭିନ୍ନ ପୁରୋହିତ,ଲାଲୁ ସାହୁ ପ୍ରମୁଖ ସାମିଲ ହୋଇଥିଲେ।
Comments are closed.