ନୂଆପଡ଼ା(Suvenda Pattanaik) : ନୂଆପଡା ବିଧାନସଭା ଉପନିର୍ବାଚନ ପରିପ୍ରେକ୍ଷୀ ରେ ଆଜି ସକାଳେ ଖରିଆରରୋଡ଼ ଜୈନ ମନ୍ଦିର ଛକରେ ବିଜେପି ପକ୍ଷରୁ “ଚାଏ ପେ ଚର୍ଚ୍ଚା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ସରକାର ଙ୍କ ରାଜସ୍ୱ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ ସ୍ଥାନୀୟ ଲୋକମାନଙ୍କ ସହ ସାମିଲ ହୋଇ ସହରର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ସମସ୍ୟା କୁ ଦୂରକରିବାକୁ ହେଲେ ବିଜେପି ପାର୍ଥି ଯେ ଢୋଲକିଆଙ୍କ ପଦ୍ମ ଚିହ୍ନରେ ବିଜୟୀ କରିବା ବୋଲି ଲୋକମାନଙ୍କୁ ନିବେଦନ କରିଥିଲେ । ମନ୍ତ୍ରୀଙ୍କ ଏଭଳି ଆଲୋଚନା ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା ଦେଶର ବାହ୍ୟ ଓ ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ଲୋକେ ମୋଦି ସରକାରଙ୍କର ପ୍ରଶଂସା କରିଥିଲେ । ବାଟ ମାରଣାକୁ ରୋକିବାପାଇଁ ଡ଼ିବିଟି ମାଧ୍ୟ୍ୟମରେ ହିତାଧିକାରୀଙ୍କୁ ଦିଆଯାଉଥିବା ଆର୍ଥିକ ସହାୟତା ମୋଦି ସରକାରଙ୍କର ଏକ ବଡ ଉପଲବ୍ଧି ବୋଲି ଲୋକେ ମତ ପ୍ରକାଶ କରିଥିଲେ । ଗତ ୧୬ ମାସରେ ମୋହନ ମାଝୀଙ୍କ ସରକାର ଯେଉଁ ଜଣ ହିତକାରୀ ଯୋଜନା ହାତକୁ ନେଇଛନ୍ତି ତାହା ଧୀରେ ଧୀରେ ଲୋକାଲୋଚନକୁ ଆସିଲାଣି ବୋଲି ଉପସ୍ଥିତ ସାଧାରଣ ଜନତା ସ୍ୱୀକାର କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ,ସାଂସଦ ସୁକାନ୍ତ ପାଣିଗ୍ରାହୀ ,ବିଧାୟକ ନବୀନ ଜେନ ଏବଂ ଏନଏସି ଅଧ୍ୟକ୍ଷା ଙ୍କ ସମେତ ବହୁ ବରିଷ୍ଠ ଦଳୀୟ ନେତୃବୃନ୍ଦ ଓ ସ୍ଥାନୀୟ ଜନସାଧାରଣ ସାମିଲ ହୋଇଥିଲେ ।
