Odisha news

ପବିତ୍ର କାର୍ତିକ ପୁର୍ଣିମାରେ  ମହାଦେବ ଓ ନାରାୟଣଙ୍କ  କୃପା ପାଇବା ପାଇଁ କରନ୍ତୁ ଏହି ଦୁର୍ଲଭ ଉପାୟ

0

ଏମିତିରେ ତ ୧୨ ମାସରେ ୧୨ ଟି ପୂୂର୍ଣ୍ଣିମା କିନ୍ତୁ କାର୍ତ୍ତିକ ଶୁକ୍ଳ ପକ୍ଷର ପୁର୍ଣିମା ଖୁବ ଗୁରୁତ୍ୱପୂର୍ଣ l ଧାର୍ମିକ ମାନ୍ୟତା ଅନୁସାରେ କାର୍ତିକ ମାସ ହେଉଛି ଧର୍ମର ମାସ ଏବଂ ଏହି ମାସର ପୂର୍ଣିମା ହେଉଛି ଗୋଟିଏ ପବିତ୍ର ଦିନ l ଏହିଦିନ ସମସ୍ତ ଦେବା ଦେବୀ ପୃଥିବୀ ପୃଷ୍ଠରେ ପ୍ରଭୁ ଶ୍ରୀହରି ଙ୍କ ଦିବ୍ୟ ଦର୍ଶନ ପାଇଁ ଅବତରଣ  କରି ଥାଆନ୍ତି l ଏହାଛଡା ଏହି ତିଥିରେ ମାତା ଲକ୍ଷ୍ମୀଙ୍କ ର ବିଶେଷ ପୂଜାର୍ଚନା କରାଯାଇ ଥାଏ l

କାର୍ତ୍ତିକ ପୂର୍ଣିମା ଚଳିତ ଥର ବୁଧବାର ପଡୁଥିବା କାରଣ ରୁ ଘଟୁଛି ୨ ଟି  ଶୁଭ ଯୋଗ , ଯାହାକି ଜୀବନ ପାଇଁ ଖୁବ ଶୁଭ l ଏହିଦିନ ଉଭୟ ବିଷ୍ଣୁ ଓ ମହାଦେବ ଙ୍କ କୃପା ଲାଭ କରାଯାଇ ଥାଏ l

କରନ୍ତୁ ଏହି ଉପାୟ :-
* କାର୍ତିକ ପୂୂର୍ଣ୍ଣିମା ରେ କୌଣସି ପବିତ୍ର ନଦୀ ରେ ସ୍ନାନ କରିବା ଦ୍ୱାରା ଭାଗ୍ୟ ଖୋଲି ଯାଇଥାଏ l ଏବଂ ଉଭୟ ଶ୍ରୀହରି  ଓ ଲକ୍ଷ୍ମୀ ଙ୍କ କୃପା ଲାଭ ହୋଇଥାଏ l

* ଯଦି ଆପଣ ଚାହୁଁଛନ୍ତି ବର୍ଷ ସାରା ମାତା ଲକ୍ଷ୍ମୀଙ୍କ କୃପା ଲାଭ କରନ୍ତୁ ବୋଲି ତେବେ ଆଜିର ଦିନରେ ଘରର ମୁଖ୍ୟ ଦ୍ୱାରରେ ହଳଦୀ ଓ ପାଣି ରେ ସ୍ୱସ୍ତିକ ଚିହ୍ନ କରନ୍ତୁ l ଏବଂ ଆମ୍ବ ପତ୍ରରେ ମୁଖ୍ୟ୍ ଦ୍ଵାରକୁ ସଜାଇ ଦିଅନ୍ତୁ l ଏହାଦ୍ୱାରା ଲକ୍ଷ୍ମୀ ଙ୍କ କୃପା ଲାଭ ହୋଇଥାଏ. l  ଏବଂ ଘରେ ମାତା ଲକ୍ଷ୍ମୀ ନାରାୟଣ ଙ୍କ ବାସ ହୋଇଥାଏ l

* କାର୍ତ୍ତିକ ପୂୁର୍ଣିମା ଦିନ ମହାଦେବ ଙ୍କ କୃପା ଲାଭ କରିବା ପାଇଁ ଦୁଗ୍ଧ ରେ ମିଶ୍ରୀ ଓ ମହୁ ମିଶାଇ ଶିବ ଲିଙ୍ଗରେ ଅର୍ପଣ କରନ୍ତୁ ଏବଂ ଶିବ ପଞ୍ଚକ୍ଷରୀ ୧୦୮ ଥର ପାଠ କରନ୍ତୁ l ଏହାଦ୍ୱାରା ଜୀବନ ରୁ କଳହ , କ୍ଳେଶ , ରୋଗ , ଦୁଃଖ ଦୂର ହୋଇଥାଏ ଏବଂ ମହାଦେବ ଙ୍କ କୃପାରୁ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ l

* ଆଜିର ଦିନରେ ବିଷ୍ଣୁ ସହସ୍ର ନାମ ଜପ କରିବାର ଅନେକ ମହତ୍ୱ ରହିଛି l ଯଦି ପୂୂର୍ଣ୍ଣିମା ତିଥିରେ ବିଷ୍ଣୁ ସହସ୍ର ନାମ ପାଠ କରାଯାଏ ତେବେ ଘରର ଦରିଦ୍ରତା ନାଶ ହୋଇଥାଏ l ଏବଂ ଜୀବନ ସୁଖମୟ ହୋଇଥାଏ l

* କାର୍ତିକ ପୁର୍ଣିମା ଦିନ ଶିଖ ଧର୍ମ ଗୁରୁ ଗୁରୁ ନାନକ ଦେବ ଜୀ ଙ୍କ ଜୟନ୍ତୀ ମଧ୍ୟ ପାଳିତ ହୋଇଥାଏ, କାହିଁକି ନା ଆଜିର ଦିନ ଟି ଶିଖ ସମ୍ପ୍ରଦାୟର ଗୋଟିଏ ବିଶେଷ ଦିନ ଅଟେ l

* ଶିଖ ସମ୍ପ୍ରଦାୟ ର ଲୋକେ ଆଜିର ଦିନରେ ଗୁରୁଦ୍ୱାରା ରେ ପ୍ରାର୍ଥନା କରିବା ସହିତ ଦାନ ପୁଣ୍ୟ ର ବିଭିନ୍ନ କାର୍ଯ୍ୟ କରିଥାଆନ୍ତି l  ତେଣୁ ଆଜିର ଦିନରେ ଦାନ ଧର୍ମ ର ମଧ୍ୟ ବିଶେଷ ମହତ୍ୱ ରହିଛି l

Nalco
Leave A Reply