ନୂଆପଡ଼ା / ଭୁବନେଶ୍ୱର(Suvendra Pattanaik) : ନୂଆପଡ଼ାର ଦଳୀୟ ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଆଜି ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଖରିଆର ରୋଡ ସ୍ଥିତ ୱାର୍ଡ ନମ୍ବର ୧୩ ଓ ୧୬ ରେ ନିର୍ବାଚନ ପ୍ରଚାର କରିଛନ୍ତି। ମନ୍ତ୍ରୀ ଙ୍କ ନିର୍ବାଚନ ସମୟରେ ୧୬ ନମ୍ବର ୱାଡ଼ ର ୨୭ ଜଣ ବିଜେଡ଼ି କର୍ମୀ ମନ୍ତ୍ରୀ ଙ୍କ ଉପସ୍ଥିତି ରେ ବିଜେପି ରେ ଯୋଗ ଦେଲେC ଖରିଆର ଏନ୍ଏସି ର ସର୍ବାଙ୍ଗୀନ ବିକାଶ ପାଇଁ ବିଜେପି ସରକାର ଯତ୍ନବାନ ଅଛି, ଆଗକୁ ବିକାଶର ଧାରା ତ୍ୱରାନ୍ୱିତ ହେବ ବୋଲି ପ୍ରତିଶ୍ରୁତି ଦେଵା ସହ ନୂଆପଡ଼ା ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରାଇଵାକୁ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଥିଲେ।
ଖରିଆର ରୋଡ ଏନ୍ଏସିରେ ଘରକୁ ଘର ବୁଲି ଓଡ଼ିଶାର ଡବଲ ଇଞ୍ଜିନ ସରକାରରେ ନୂଆପଡାରେ ଡବଲ ବିକାଶ ପାଇଁ ବିଜେପି ପାର୍ଥି ଜୟ ଢୋଲକିଆଙ୍କୁ ପଦ୍ମ ଚିହ୍ନରେ ବିପୁଳ ମାତ୍ରାରେ ବିଜୟୀ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।
ଏହି ଅବସରରେ ମନ୍ତ୍ରୀଙ୍କ ସହ ସାଂସଦ ସୁକାନ୍ତ ପାଣିଗ୍ରାହୀ ,ବିଧାୟକ ନବୀନ ଜେନ,ଏନ୍ଏସି ଅଧ୍ୟକ୍ଷା ସୋନିଆ ଜେନ ଉପସ୍ଥିତ ଥିଲା ।