Odisha news

ଗୋଣ୍ଡୱାନା ସେବା ସଂଘ ଟ୍ରଷ୍ଟ ପକ୍ଷରୁ ବୃକ୍ଷ ରୋପଣ ଓ ସାମାଜିକ ସଚେତନତା

ନୂଆପଡା-୨୧/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରି) ଆଜି ସଦର ବ୍ଲକ ଅନ୍ତର୍ଗତ ଆମାନାରା ଗ୍ରାମ ସମାଜ ଗୃହ ଠାରେ ପାୱାରତୋଳା ସର୍କଲ ଆମାନାରା ଗୋଣ୍ଡ ସମାଜ ଓ ଗୋଣ୍ଡୱାନା ସେବା ସଂଘ ଟ୍ରଷ୍ଟ ନୂଆପଡା ର ମିଳିତ ପ୍ରଚେଷ୍ଟାରେ ବୃକ୍ଷ ରୋପଣ ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ପ୍ରଥମେ ମୁଖ୍ୟଅତିଥିଙ୍କ ଦ୍ଵାରା ପ୍ରକୃତି ଶକ୍ତି ବଡାଦେଓଙ୍କ ପୂଜା ଅର୍ଚ୍ଚନା କରି ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଅତିଥି ମାନଙ୍କ ଦ୍ୱାରା ଆଲୋଚନରେ ସମାଜ ରେ ନାରୀଶିକ୍ଷା, ସଂସ୍କୃତି, ପରମ୍ପରା,ନିଶାମୁକ୍ତି ଓ ଅନ୍ଧବିଶ୍ୱାସ ଦୂରୀକରଣ ଉପରେ ଜୋର ଦିଆଯାଇଥିଲା। ଏହା ପରେ ଉପସ୍ଥିତ ସମାଜର ମହିଳା ଓ ପୁରୁଷମିଶି ବୃକ୍ଷରୋପଣ କରିଥିଲେ। ତିରୁମାଲ ଭାନୁ ପ୍ରତାପ ନେତାମ, ରାମ ସିଂ ମାଝୀ, ବୁଲଗା ରାମ ମାଝୀ, ଶ୍ରୀରାମ କୁମାର ମାଝି, ଦିନେଶ ସିଂ ମାଝୀ, ଜିରାଖଣ୍ଡ ମାଝୀ, ଭୋକଚନ ମାଝୀ,ପରମେଶ୍ବର ମାଝୀଙ୍କ ମହିଳା ସିଂ ମାଝୀ, ବଜରଙ୍ଗ ମାଝୀ ପ୍ରମୁଖ ଯୋଗ ଦେଇଥିଲେ।

Comments are closed.