Odisha news

ଅଦିନିଆ ରଥଯାତ୍ରା ରେ ପଡିବ କି ପୂର୍ଣ୍ଣଛେଦ ?

0
ନୂଆପଡ଼ା -୯/୬ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ କୋନାବିରା ଗ୍ରାମରେ ଗତ ବର୍ଷ ସୁଦ୍ଧା ହୋଇ ଆସୁଥିବା ଅଦିନିଆ ରଥଯାତ୍ରା କୁ ନେଇ ବିବାଦ ଦେଖାଦେବା ପରେ ଚଳିତ ବର୍ଷ ଯଥାରୀତି ରଥଯାତ୍ରା ପାଳନ କରିବାକୁ ଉକ୍ତ ଗ୍ରାମର ଗ୍ରାମବାସୀ ନିଷ୍ପତ୍ତି ନେଇଥିବା ଜଣାପଡିଛି।ସମଗ୍ର ବିଶ୍ୱରେ ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରେ ଘୋଷ ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ କୋନାବିରା ଗ୍ରାମ ରଥଯାତ୍ରା ପାଳନ ତିଥି ନେଇ ବ୍ୟତିକ୍ରମ ଦେଖିବାକୁ ମିଳି ଆସୁଥିଲା।କୋନାବିରା ଗ୍ରାମରେ ଚତୁର୍ଦ୍ଧା ମୂର୍ତ୍ତି ଦୀର୍ଘ ଦିନରୁ ପୂଜାପାଇ ଆସୁ ଥିବାବେଳେ ୧୯୯୭ ମସିହାରରୁ ନିୟମିତ ବାଲିଯାତ୍ରା ପାଳନ ଅବସରରେ କାର୍ତ୍ତିକ ଚତୁର୍ଦଶୀ ଦିନ ତିନି ଠାକୁର ଙ୍କୁ ରଥାରୁଢ଼ କରି ରଥଯାତ୍ରା ଉତ୍ସବ ପାଳନ କରି ମାଉସୀ ମନ୍ଦିର କୁ ନେଇ ଯିବା ପରେ ପରଦିନ ପୂର୍ଣ୍ଣିମା ତିଥିରେ ଜଗନ୍ନାଥ ମନ୍ଦିର କୁ ବାହୁଡ଼ି ଆସିବାର ପରମ୍ପରା ରହିଆସିଛି। ତେବେ ଗତ ବର୍ଷ ଏଭଳି ଅଦିନିଆ ରଥଯାତ୍ରା କୁ ନେଇ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ   ଆପତ୍ତି ଉଠାଇବା ସହ ରଥଯାତ୍ରା ସରିବା ପରେ ସେମାନଙ୍କ ଏକ ଆଠଜଣିଆ ପ୍ରତିନିଧି ଦଳ ଉକ୍ତ ଗ୍ରାମ କୁ ଯାଇ ଗ୍ରାମବାସୀ ଙ୍କୁ ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରେ ଯଥାରୀତି ରଥଯାତ୍ରା ପାଳନ ପାଇଁ ପ୍ରବର୍ତ୍ତାଇବା ସତ୍ତ୍ୱେ ନିରାଶ ହୋଇ ଫେରିଯାଇଥିଲେ।ପରେ ପରିଷଦ ର ସଭାନେତ୍ରୀ ସଞ୍ଚିତା ମହାନ୍ତି ଗ୍ରାମବାସୀ ଙ୍କ ଏକ ଚାରିଜଣିଆ ପ୍ରତିନିଧି ଦଳ ଙ୍କୁ ଭୁବନେଶ୍ୱର ଆସିବାକୁ ନିମନ୍ତ୍ରଣ କରିଥିଲେ। ନିମନ୍ତ୍ରଣ ପାଇ କୋନାବିରା ଗ୍ରାମର ଜଗନ୍ନାଥ ମାଝୀ, ଛତ୍ରପତି ମାଝୀ, ଶିବମାଝି ଓ ହରି ମାଝୀ ଭୁବନେଶ୍ୱର ଯାଇ ସେଠାରେ ପରିଷଦ ର କାର୍ଯ୍ୟକାରିଣୀ ବୈଠକ ରେ ଯୋଗଦେଇ ରଥଯାତ୍ରା ପାଳନ ତିଥି ସମ୍ବନ୍ଧରେ ଆଲୋଚନା କରିଥିଲେ।ଉକ୍ତ ପରିଷଦ ର ସଦସ୍ୟ ରାଣାପ୍ରତାପ ପାତ୍ର ଓ ଅଜୟ ପଟ୍ଟନାୟକ ସେମାନଙ୍କ ସହ ପୁରୀକୁ ଯାଇ ଶ୍ରୀ ଜଗନ୍ନାଥ ମନ୍ଦିର ର ଦଇତାପତି ଗଣେଶଦାସ ମହାପାତ୍ର,ସୁଦର୍ଶନ ପୂଜାପଣ୍ଡା ଓ ଅନ୍ୟକିଛି ଦଇତାପତି ଙ୍କ ସହ ସାକ୍ଷାତ ଆଲୋଚନା କରି ଥିଲେ। ତାପରେ ସେମାନେ ରଥଯାତ୍ରା ତିଥି ନେଇ ଗାଁ ରେ ବିଚାର କରି ଜଣାଇବେ ବୋଲି କହି   ଫେରିଆସି ଥିଲେ। ଇତିମଧ୍ୟରେଉକ୍ତ ପ୍ରତିନିଧି ଦଳ ସଦସ୍ୟ ମାନେ ଗ୍ରାମର ମାନ୍ୟଗଣ୍ୟ ଵ୍ୟକ୍ତି ଙ୍କ ସହ ବିଚାର ବିମର୍ଶ କରି ଆଷାଢ଼ ଶୁକ୍ଳ ଦ୍ଵିତୀୟା ଦିନ ରଥଯାତ୍ରା ପାଳନ କରାଯିବାନେଇ ଜଗନ୍ନାଥ ସଂକୃତି ପରିଷଦ କାର୍ଯ୍ୟକର୍ତ୍ତା ଙ୍କୁ ଫୋନ୍ ଯୋଗେ ପ୍ରତିଶୃତି ଦେଇଥିଲେ ହେଁ ରଥଯାତ୍ରା ଆୟୋଜକ କମିଟି ର ବରିଷ୍ଠ ସଦସ୍ୟ ଜଗନ୍ନାଥ ମାଝୀ ଠାକୁର ଙ୍କ ଆଦେଶ ଅନୁଯାୟୀ ଦ୍ଵିତୀୟା ପରିବର୍ତ୍ତେ ତୃତୀୟା ତିଥିରେ ହିଁ ଚଳିତ ରଥଯାତ୍ରା ପାଳନ କରାଯିବବୋଲି ଆମ ପ୍ରତିନିଧି ଙ୍କୁ ଫୋନ୍ ଯୋଗେ ସୂଚନା ଦେଇଛନ୍ତିf। ସୂଚନାଯୋଗ୍ୟ ଯେ କୋମନା ବ୍ଲକ ର  ଜଟଗଡ଼, ବଂଜାରୀ, ଦାନୋଝଲା ଭଳି କେତେକ ସ୍ଥାନରେ ଦୀର୍ଘ ଦିନରୁ ଦ୍ଵିତୀୟା ପରିବର୍ତ୍ତେ ତୃତୀୟା ତିଥିରେ ଓ ମାନିଗୁଡା ଠାରେ ଦ୍ଵିତୀୟା ପରିବର୍ତ୍ତେ ପ୍ରତିପଦା ତିଥିରେ ରଥଯାତ୍ରା ପାଳିତ ହୋଇ ଆସୁଛି।
Leave A Reply