Odisha news

ବିଭିନ୍ନ ସମସ୍ୟା ନେଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିଲେ ପଞ୍ଚାୟତବାସି

0

ନୂଆପଡ଼ା -୧୯/୫ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ସଦର ବ୍ଲକ ଅନ୍ତର୍ଗତ କୋଟେନଚୁଆଁ ପଞ୍ଚାୟତ ର ବିଭିନ୍ନ ସମସ୍ୟା ନେଇ  ପଞ୍ଚାୟତବାସୀ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅନେକ ଥର ଜଣାଇବା ପରେ ମଧ୍ୟ ଆଶାନୁରୂପ ଫଳ ମିଲିପାରିଲା ନାହିଁ ଏଣୁ ଆଜି ଉପରୋକ୍ତ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି। ତିନି ଦଫା ଦାବୀ ପତ୍ର ରେ ଦର୍ଶାଇଛନ୍ତି ଯେ ଅଙ୍ଗୱାଡ଼ି କେନ୍ଦ୍ର ନମ୍ବର -୧ ଶିଶୁ ମାନେ ଅଙ୍ଗୱାଡ଼ି କେନ୍ଦ୍ର -୨ କୁ ସ୍ଥାନାନ୍ତର କରାଯାଉ ଓ ଅଙ୍ଗନୱାଡ଼ି -୨ ର ଶିଶୁ ଙ୍କୁ ଅଙ୍ଗନୱାଡ଼ି -୧ କେନ୍ଦ୍ର କୁ ସ୍ଥାନାନ୍ତର କରାଯାଉ। ଅଙ୍ଗନୱାଡି-୨ ର ସହାୟିକା ଅନ୍ୟ ଜିଲ୍ଲା ରୁ ନିଯୁକ୍ତ ପାଇଛନ୍ତି ଓ ସେ ଉପରୋକ୍ତ ଗ୍ରାମ ର ନୁହନ୍ତି ଏଣୁ ତାଙ୍କର ବହିଷ୍କାର ଦାବି ସହ ସ୍ଥାନୀୟ ମହିଳା ଙ୍କୁ ଉପରୋକ୍ତ ସ୍ଥାନ ରେ ନିଯୁକ୍ତି ଦିଆଯାଉ। କୋଟେନଚୁଆଁ ଗ୍ରାମ ରେ ଏକ ମାତ୍ର ଜିଲ୍ଲା ର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରହିଛି ତାକୁ ଯୁକ୍ତ ୨ ମହିଳା ମହାବିଦ୍ୟାଳୟ  ଖୋଲିବା ପାଇଁ ଦାବି ରହିଛି। ଆଜି ଧାରଣା ସ୍ଥଳକୁ ତହସିଲଦାର ପ୍ରଣବ ରଞ୍ଜନ ସାହୁ ଆସି ଆନ୍ଦୋଳନକାରୀ ଙ୍କ ସହ ଆଲୋଚନା କରି ଦାବି ପତ୍ର ଗ୍ରହଣ କରିଥିଲେ କିନ୍ତୁ ଆଲୋଚନା ବିଫଳ ହୋଇଥଲା। ଧାରଣା ସ୍ଥଗିତ ହୋଇ ନାହିଁ। ଏ ସଂପର୍କ ରେ ଆମ ପ୍ରତିନିଧି ନୂଆପଡ଼ା  ତହସିଲଦାର ଙ୍କ ସହ ଯୋଗାଯୋଗ କରି ଧାରଣା ବିଷୟ ରେ ପଚାରି ବୁଝିବାରୁ ସେ ଜିଲ୍ଲାପାଳ ଙ୍କୁ ଅବଗତ କରିଛନ୍ତି ଓ ଦାବୀଗୁଡ଼ିକୁ ଗୁରୁତର ସହ ବିଚାର କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି। ଦାବି ପୂରଣ ନ ହେବା ଯାଏଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି ଆନ୍ଦୋଳନକାରୀ ଙ୍କ ଦ୍ଵାରା ସୁଚନା ମିଳିଛି। ଧାରଣା ରେ ଜିଲ୍ଲା ପରିଷଦ ସଭ୍ୟ ଭାନୁ ପ୍ରତାପ ସିଂ ମାଝି, ନାଏବ ସରପଞ୍ଚ ବାଳ କୁମାର ରାଉତ, ରୁପସିଂ ମାଝି, ପ୍ରେମ ରାଉତ, ବଂଶୀ ଲାଲ ଅଘରିଆ, ମୋଟା ସିଂ ମାଝୀ, ପ୍ରେମ ଜାଲ ଓ ଦୁର୍ବାସା ରାଉତ ପ୍ରମୁଖ ବସିଛନ୍ତି।

Nalco
Leave A Reply