ଭାରତର ଗୋଟିଏ ଆକ୍ସନ ରେ ତୁର୍କୀର ବାହାରିଲା ଦମ୍ : ପାକିସ୍ତାନ କୁ ସାହାଯ୍ୟ କରି ତୁର୍କୀ ର ୨୦୦ ମିଲିୟନ ଡଲାର ସ୍ୱାହା
ଟୁରିଜିମ ଉପରେ ନିର୍ଭର କରିଥିବା ତୁର୍କୀ କୁ ଭାରତ ସହିତ ପଙ୍ଗା ନେବା ପଡିଛି ଭାରି l କାହିଁକିନା ତୁର୍କୀ ର ଇକୋନୋମି ବିଶେଷ ଭାବରେ ଟୁରିଜିମ କୁ ନେଇ ଚାଲିଥାଏ l ବର୍ତମାନ ଭାରତର ସମସ୍ତ ଟ୍ରାଭେଲ ଏଜେନ୍ସି ତୁର୍କୀ ର ଟ୍ରାଭେଲ ପ୍ୟାକେଜ କୁ ରଦ୍ଧ କରି ଦେଇଛନ୍ତି, ଟ୍ରାଭେଲ ଏଜେନ୍ସି ଗୁଡିକ ଯାତ୍ରୀ ମାନଙ୍କୁ ତୁର୍କୀ ଓ ଅଯରବୈଜାନ ଯାତ୍ରା ନକରିବା ପାଇଁ ପରାମର୍ଶ ଦେଇଛନ୍ତି l ଏହାଛଡା ଗୋ ହୋମ୍ ଷ୍ଟେ ତୁର୍କୀ ଏୟାର ଲାଇନ୍ସ ସହିତ ବ୍ୟବସାୟ ବନ୍ଦ କରିଛି l
ସେଲେବୀ ର ବିମାନବନ୍ଦର ପରିଚାଳନା ପାଇଁ ସୁରକ୍ଷା ମଞ୍ଜୁରୀ ରଦ୍ଧ ହୋଇଯାଇଛି , ତେଣୁ ସେଲେବି ଏୟାରପୋର୍ଟ ସର୍ଭିସେସ ଇଣ୍ଡିଆ ର ଭଲ୍ୟୁଏସନ ଗୋଟିଏ ଝଟକା ରେ ୨୦୦ ମିଲିଅନ ଡଲାର କ୍ଷତି ହୋଇଛି l ଯାହାଦ୍ୱାରା ତୁର୍କୀ ର ଗ୍ଲୋବାଲ ରିଭିନିୟୁ ର ଏକ ତୃତୀୟାଂଶ ବର୍ବାଦ ହୋଇଛି l ଭାରତର ଆକ୍ସନ ଦ୍ୱାରା ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଳୁରୁ ଓ ଚେନ୍ନାଇ ସହିତ ଭାରତ ର ୯ଟି ସବୁଠୁ ବ୍ୟସ୍ତ ବିମାନବନ୍ଦର ରେ ସେଲେବି ର ପରିଚାଳନା ଠପ ହୋଇଛି l
ଅପ୍ରେଲ ୨୨ ତାରିଖରେ ପହଁଲଗାମ ରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ଉପରେ ନେଇଥିଲା ବଡ଼ ଆକ୍ସନ ଏବଂ ଆରମ୍ଭ କରିଥିଲା ଅପରେସନ ସିନ୍ଦୁର, ଏହାର ଜବାବ ରେ ପାକିସ୍ତାନ ସାହାଯ୍ୟ ମାଗିଥିଲେ ତୁର୍କୀ ନିକଟରୁ ଓ ତୁର୍କୀ ଗୋଳା ବାରୂଦ ସହିତ ଯୁଦ୍ଧ ବିମାନ ପାକିସ୍ତାନ ପଠାଇ ଥିଲା ଭାରତ ସହିତ ଲଢ଼ିବା ପାଇଁ l ଏହାପରେ ଭାରତ ଓ ତୁର୍କୀ ର ସମ୍ବନ୍ଧ ବିଗିଡ଼ିବାରେ ଲାଗିଛି l