Odisha news

ଦୀର୍ଘ ଦିନ ର ନୀରବତା ପରେ ଛତିଶଗଡ଼ ସୀମାନ୍ତରେ ଲାଲ ବାହିନୀର ହିଂସା କାଣ୍ଡ

ନୂଆପଡା-୧୭/୭ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି ) ନୂଆପଡା ଜିଲ୍ଲା ସୀମାକୁ ଲାଗିରହିଥିବା ଛତିଶଗଡ଼ ରାଜ୍ଯ ର ଗରିଆବନ୍ଧ ଜିଲ୍ଲା ମେନପୁର୍ ଥାନା ଅଞ୍ଚଳ ରେ ମାଓବାଦୀ ମାନେ ଦୀର୍ଘ ନୀରବତା ପରେ ପୁଣି ହିଂସାକାଣ୍ଡ କରି ନିଜର ଉପସ୍ଥିତି ଯାହିର କରିଛନ୍ତି। ମାଓବାଦୀମାନେ ଛତିଶଗଡ଼ ରାଜ୍ୟ ମେନପୁର ଥାନା ଅନ୍ତର୍ଗତ ଅମାମୋରା ଗ୍ରାମର ପର୍ଶୁରାମ ଭୁଂଜିଆ (୩୫) ନାମକ ଯୁବକ ଙ୍କୁ ନିର୍ମମ୍ ଭାବେ ହତ୍ଯା କରିଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନ ରୁ ଜଣା ପଡିଛି ଯେ, ଗତ ୧୬ ତାରିଖ ଦିନ ଯୁବକ ଜଣକ ନିଜ ଚାଷଜମିକୁ କାର୍ଯ୍ୟ ରେ ଯାଇଥିଲେ। ପରେ ସେ ନିତ୍ୟକର୍ମକରି ଦାନ୍ତ ଘସି ଗାଧୋଇବା ପାଇଁ ନିକଟସ୍ଥ ବାଜିମୁଣ୍ତା ନାଲା କୁ ଯାଇଥିବା ବେଲେ ସେଠାରୁ ମାଓବାଦୀ ମାନେ ଅପହରଣ କରି ନେଇ ଠେଙ୍ଗା ରେ ନିର୍ମମ୍ ଭାବେ ହତ୍ଯା କରିଥିଲେ। ଘରକୁ ନଫେରିବାରୁ ପରିବାର ଲୋକେ ଆଖ ପାଖ ଅଞ୍ଚଳରେ ଖୋଜାଖୋଜି କରିଥିଲେ। କିନ୍ତୁ କୌଣସି ଖୋଜ ଖବର ମିଲିନଥିଲା। ହେଲେ ଗତ ୧୬ ତାରିଖ ଦିନ ମୃତକ ଙ୍କ ଶବକୁ ଗାଁ ନିକଟରେ ଫିଙ୍ଗି ଦେଇ ଚାଲି ଯାଇଥିଲେ ବୋଲି କୁହାଯାଉଛି।

ସେଠାରେ କିଛି ମାଓବାଦୀ ପୋଷ୍ଟର ରେ ଏସଡିକେ ଏରିଆ କମିଟି, ଭାରତ କି କମ୍ୟୁନିଷ୍ଟ ପାର୍ଟି( ମାଓବାଦୀ) ବୋଲି ଲାଲ ଅକ୍ଷର ରେ ହିନ୍ଦୀ ଭାଷା ହାତ ଲେଖା ଏକ କାଗଜରେ ଉଲ୍ଲେଖ ରହିଛି। ମୃତକ ର ଶରିର ର ବିଭିନ୍ନ ଯାଗାରେ ଠେଙ୍ଗା ରେ ପିଟି ହତ୍ଯା କରିବା ଥିବା ସହ ମୁଣ୍ଡ ରେ ଶକ୍ତ ଆଘାତ ଲାଗିଥିବା ମେନପୁର୍ ପୋଲିସ ସୁତ୍ର ରୁ ଜଣାପଡିଛି। ମେନପୁର୍ ପୋଲିସ ଦ୍ୱାରା ମାଓବାଦୀ ଙ୍କ ନାମରେ ମାମଲା ରୁଜୁକରି କମ୍ବିଙ୍ଗ ଅପ୍ରେଶନ କୁ ଯୋରଦାର କରିଥିବା ମେନପୁର୍ ଥାନା ଅଧିକାରି ସତେନ୍ଦ୍ର ସିଂ ଶ୍ୟାମ ପ୍ରକାଶ କରିଛନ୍ତି। ଘଟଣା ପରେ ସମ୍ପୁକ୍ତ ଅଞ୍ଚଳ ରେ ଭୟର ବାତାବରଣ ଖେଲି ଯାଇଛି। ଏଠାରେ ସୁଚନାଯୋଗ୍ୟଯେ ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟ ଠାରୁ ୧୦ କିଲୋମିଟର ଦୂରବର୍ତ୍ତୀ ଅମାମୋରା ଗ୍ରାମ ସମ୍ପୂର୍ଣ୍ଣ ଭାବରେ ମାଓବାଦୀ ଅଧ୍ୟୁଷିତ ଅଞ୍ଚଳ ଅଟେ। ଏହି ଅଞ୍ଚଳ ରେ ମାଓବାଦୀ ମାନେ ଡେରା ପକାଇ ପୁର୍ବ ରୁ ଅନେକ ହିଂସା କାଣ୍ତ ଘଟାଇ ଚାଲିଥିବା ବେଲେ ପୋଲିସ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସ୍ରୁଷ୍ଟି କରି ଆସୁଛନ୍ତି। ଦୀର୍ଘ ଦିନର ନିରବତା ପରେ ସୀମାନ୍ତ ରେ ପୁଣି ଉପସ୍ଥିତି ଯାହିର୍ କରିଛନ୍ତି ମାଓବାଦୀ। ଉକ୍ତ ଅଞ୍ଚଳ ରେ ଛତିଶଗଡ଼ ପୋଲିସ ପହଞ୍ଚି ଶବ ଯବତ୍ କରି ବ୍ୟବଛେଦ ପରେ ପରିବାର କୁ ଶବ ହସ୍ତାନ୍ତର କରିଛନ୍ତି।

Comments are closed.