ନୂଆପଡ଼ା-୧୭/୭ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଆଜି ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଶାଖା ତରଫରୁ ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ଯ ରେ ଏକ ଦାବୀ ପତ୍ର ସିନାପାଲି ବିଡିଓ ସଦାଶିବ ନାୟକଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଓଡିଶା ଶାଖା ର ସଂଯୋଜକ ଯଧୁମଣି ପାଣିଗ୍ରାହୀ ଙ୍କ ନେତୃତ୍ବ ରେ ୩୦ରୁ ଉର୍ଦ୍ଧ ଫାଉଣ୍ଡେସନ ର କର୍ମକର୍ତ୍ତା ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରାଯାଇଛି।
ଦେଶରେ ଦିନକୁଦିନ ଜନସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଦେଶର ପାର୍ଲିୟାମେଣ୍ଟ ରେ କଠୋର ଆଇନ ଆଣି ଦୁଇଟି ସନ୍ତାନ ଜନ୍ମ ଦେବାର ବ୍ୟବସ୍ଥା କରାଯିବା ସହ ୨ଟି ସନ୍ତାନ ରୁ ଅଧିକ ଛୁଆ ଜନ୍ମ କଲେ ଦମ୍ପତି ମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ତଥା ଆର୍ଥିକ ଜରିମାନା, ଜେଲ ଦଣ୍ଡ ର ବ୍ୟବସ୍ଥା , ଭାରତୀୟ ନାଗରିକତା ରଦ୍ଧ କରିବା, ସରକାରୀ ସାହାୟ୍ଯ ସହଯୋଗ ରେ ବଞ୍ଚିତ କରିବା ଓ ଭାରତୀୟ ସମାଜରୁ ବାସନ କରିବା ଆଦି ଦାବୀ ନେଇ ଫାଉଣ୍ଡେସନ ତରଫରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଭାରତ ସରକାର ଙ୍କୁ ସିନାପାଲି ବିଡିଓ ସଦାଶିବ ନାୟକ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି।
Comments are closed.