Odisha news

ବିହାର ସରକାର ରେ ହଟଚମଟ , ନୀତିଶ ଛାଡିଲେ ବିଜେପି ହାତ : ଜଣାନ୍ତୁ ପୁରା ଷ୍ଟୋରି

0

ନୂଆଦିଲ୍ଲୀ : ବିହାର ରେ ରାଜନୈତିକ ସ୍ତରରେ ଚାଲିଛି ଟଣାଓଟରା l ବିହାର ମୁଖ୍ୟମନ୍ତ୍ରୀ ଭାଜପା ନିକଟରୁ ଅଲଗା ହେବାର ନିଷ୍ପତି ନେଇ ସାରିଲେଣି l ଜେଡିୟୁ ର ବୈଠକ ରେ ଏହି ପ୍ରସ୍ତାବ ରେ ମୋହର ଲାଗି ଯାଇଛି , ବର୍ତମାନ ନୀତିଶ କୁମାର ନିଜର ପୁରୁଣା ସହଯୋଗୀ ଭାଜପା ଠାରୁ ସମ୍ପର୍କ ଛିଡ଼ାଇ ସାରିଛନ୍ତି l ଏହା ପୂର୍ବରୁ ନୀତିଶ କୁମାର ୨୦୧୩ ରେ ଭାଜପା ନିକଟରୁ ଅଲଗା ହୋଇଥିଲେ , କିନ୍ତୁ ୨୦୧୭ ରେ ସେ ମହାଗଠବନ୍ଧନ ର ହାତ ଛାଡି ବିଜେପି ହାତ ଧରିଥିଲେ l

ସୂଚନା ଯୋଗ୍ୟ ଯେ ବର୍ତମାନ ବିହାର ରେ ସରକାର ଚାଲିବ ଜେଡିୟୁ, ଆରଜେଡି, କଂଗ୍ରେସ ଓ ଲେଫ୍ଟ ପାର୍ଟି ମାନଙ୍କୁ ନେଇ l ଶୁଣିବାକୁ ମିଳୁଛି ଯେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହେଲେ ଉପ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଙ୍କ ନନ୍ଦନ ତେଜସ୍ୱୀ ହେବେ l ବିହାର ର ରାଜନୀତି ର ପ୍ରଭାବ ଦେଶର ରାଜନୀତି ଉପରେ ପଡ଼ିବାର ଅନେକ ସମ୍ଭାବନା ରହିଛି l

ବିହାର ସରକାର ଭାଙ୍ଗିବା ପରେ କିଛିଟା ବିଶେଷ କାରଣ କଣ :

ପ୍ରଶ୍ନ ଉଠୁଛି ଯେ ଯେଉଁ ନୀତିଶ ମହାଗଠବନ୍ଧନ ଛାଡି ଭାଜପା ହାତ ଧରିଥିଲେ, ସେ କାହିଁକି ପୁନର୍ବାର ଭାଜପା ହାତ ଛାଡିଦେଲେ l ଗଠବନ୍ଧନ ଭାଙ୍ଗିବାର ଏହି କାହାଣୀ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ପୂର୍ବ କେନ୍ଦ୍ରମନ୍ତ୍ରୀ ଆରସିପି ସିଂ ଜେଡିୟୁ ରୁ ଇସ୍ତଫା ଦେଇଥିଲେ l ସେହି ସମୟରୁ ରାଜନୈତିକ ଫାଟ ଧୀରେ ଧୀରେ ସୃଷ୍ଟି ହୋଇ ଚାଲିଥିଲା l

ନୀତିଶ କୁମାର ଅସନ୍ତୋଷ ହେବାର ଆଉ ଗୋଟିଏ କାରଣ ହେଊଛୀ ତାଙ୍କୁ ଫ୍ରି ହ୍ୟାଣ୍ଡ ରେ କାର୍ଯ୍ୟ କରିବାର ସୁବିଧା ମିଳୁ ନଥିଲା l ସେହି କାରଣରୁ ସେ ଦିଲ୍ଲୀରେ ସରକାର ମାନଙ୍କ କାର୍ଯ୍ୟକ୍ରମ ରେ ସାମିଲ ହେଉ ନଥିଲେ l ଏହାଛଡା ବିହାର ରେ ବିଜେପି ନେତାଙ୍କ ନିକଟରୁ ମଧ୍ୟ ଦୂରେଇ ରହୁଥିଲେ l ଏହାଛଡା ଫ୍ରି ହ୍ୟାଣ୍ଡ ନ ମିଳିବାର ଆଉ ଗୋଟିଏ କାରଣ ହେଉଛି ଆରସିପି ସିଂ ଜେଡିୟୁ ଅପେକ୍ଷା ଭାଜପା ର ଅଧିକ ନିକଟତର ଥିଲେ l ଏହାଛଡା ଆରସିପି ସିଂ ନୀତିଶ ଙ୍କ ବିନା ଅନୁମତି ରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ରେ ସାମିଲ ହୋଇଥିଲେ l
ନୀତିଶ ଏହାପରେ ଆରସିପି ସିଂ ଙ୍କୁ ପୁନର୍ବାର ରାଜ୍ୟସଭା ପଠାଇ ନଥିଲେ l ଯେଉଁ କାରଣରୁ ସେ ନିଜ ଗାଦି ରୁ ଦୂରେଇ ଯାଇଥିଲେ ଓ ବର୍ତମାନ ଦଳ ମଧ୍ୟ ଛାଡି ସାରିଛନ୍ତି l

– ସୂଚନାଯୋଗ୍ୟ ଯେ ଦୀର୍ଘ ଦିନରୁ ଉଭୟ ଦଳ ମଧ୍ୟରେ ଫାଟ ଦେଖିବାକୁ ମିଳିଥିଲା l
– ଏପରିକି ରବିବାର ଦିନ ନୀତିଶ କୁମାର ନୀତି ଆୟୋଗ ର ବୈଠକ ରେ ପହଞ୍ଚି ନଥିଲେ l
– ନୂତନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ୱାଗତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆୟୋଜନ କରିଥିବା ରାତ୍ର ଭୋଜନ ରେ ଉପସ୍ଥିତ ନଥିଲେ l
– ନୀତିଶ ଦୀର୍ଘ ଦିନରୁ ଭାଜପା ଉପରେ ଅସନ୍ତୁଷ୍ଟ ହୋଇ ଆସୁଥିଲେ l

– ସୂଚନା ଅନୁସାରେ ନୀତିଶ କୁମାର କେନ୍ଦ୍ର ସରକାରଙ୍କ ନିଷ୍ପତି ବିରୁଦ୍ଧରେ ନିଜର ମନ୍ତବ୍ୟ ରଖିପାରୁ ନଥିଲେ, ଯେପରିକି କୃଷି ବିଲ୍, ଜାତୀୟ ଜନଗଣନା ହେଉ କିମ୍ବା ବିହାର କୁ ବିଶେଷ ରାଜ୍ୟର ମାନ୍ୟତା ହେଉ ଅଥବା ଅଗ୍ନିବୀର ଯୋଜନା , ପ୍ରତ୍ୟେକ ଥର କେନ୍ଦ୍ରର ନିଷ୍ପତି ବିରୁଦ୍ଧରେ ଯିବାକୁ ଚାହୁଁଥିଲେ ମଧ୍ୟ ଭାଜପା ସହିତ ମିଳିତ ସରକାର ତାଙ୍କୁ କେଉଁଠି ନା କେଉଁଠି ଅଟକାଇ ଦେଉଥିଲା l

– ବର୍ତମାନ ର ବିହାର ସ୍ଥିତି କୁ ନେଇ ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି ଯେ ୨୦୨୪ ପୂର୍ବରୁ ଭାଜପା ର ହାତ ଛାଡି ନୀତିଶ ବିଜେପି କୁ ଶକ୍ତ ଝଟକା ଦେଇଛନ୍ତି l

Nalco
Leave A Reply