Odisha news

ନୀତି ଶାସ୍ତ୍ର : ଏହି ସ୍ଵଭାବ ନିଜ ଜୀବନ ସାଥି ନିକଟରେ ନିହାତି ରହିବା ଆବଶ୍ୟକ

0
ପ୍ରତି ବ୍ୟକ୍ତିଙ୍କ ଜୀବନ କାହାରି ନା କାହାରି ପାଇଁ ବଦଳି ଯାଇଥାଏ, ସିଏ ପୁରୁଷ ହୁଅନ୍ତୁ ନା ମହିଳା । ନୀତି ଶାସ୍ତ୍ର ଅନୁସାରେ ଜୀବନ ସାଥୀ ବାଛିବା ବେଳେ କିଛିଟା କଥାକୁ ଧ୍ୟାନ ଦେବା ଆବଶ୍ୟକ, କାରଣ ଆମେ ଯଦି ଏହି କିଛିଟା କଥାକୁ ଗୁରୁତ୍ବ ଦେବା ନାହିଁ ତେବେ ଜୀବନ ବଞ୍ଚିବା କଷ୍ଟକର ହୋଇଯିବ ।
ଶାସ୍ତ୍ର ଅନୁସାରେ ଏହି ସବୁ କଥାକୁ ନିହାତି ଧ୍ୟାନ ଦେବା ଆବଶ୍ୟକ-
* ଧାର୍ମିକ ବିଚାର – ଶାସ୍ତ୍ର ଅନୁସାରେ ବ୍ୟକ୍ତି ଧାର୍ମିକ ବିଚାର ଧାରା ର ହେବା ଉଚିତ୍ । ଏପରି ବ୍ୟକ୍ତି ଯିଏ କି ସମସ୍ତ ପରିସ୍ଥିତି ରେ ସକାରାତ୍ମକ ବିଚାର ରଖିବା ଉଚିତ୍ । ବିବାହ ପରେ ଏପରି ବ୍ୟକ୍ତି ଭାଗ୍ୟକୁ ବଦଳାଇ ଦେଇ ଥାଆନ୍ତି ।
* ସନ୍ତୁଷ୍ଟ ଭାବ – ଯଦି ଆପଣଙ୍କର ଜୀବନ ସାଥୀ ସର୍ବଦା ସନ୍ତୁଷ୍ଟ ସ୍ୱଭାବର ହୋଇଥାଏ ତେବେ ବିପରୀତ ପରିସ୍ଥିତି ରେ ମଧ୍ୟ ନିଜେ ଖୁସି ରହିବା ସହ ଆପଣଙ୍କୁ ମଧ୍ୟ ଖୁସି ରଖି ପାରିବେ ।
* ଶାନ୍ତ ଓ ଧର୍ଯ୍ୟବାନ୍ – ଏମିତିରେ ବ୍ୟକ୍ତି ନିଜ ଜୀବନସାଥି ଙ୍କ ମଧ୍ୟରେ ଅନେକ ଗୁଣ ଖୋଜିଥାଏ । କିନ୍ତୁ ଆପଣଙ୍କ ଜୀବନସାଥି ଧର୍ଯ୍ୟବାନ ହେବା ନିହାତି ଜରୁରୀ, କାରଣ ଅସମୟ ରେ ଆପଣଙ୍କୁ ଧର୍ଯ୍ୟ ଦେବା ପାଇଁ ଚେଷ୍ଟା କରିଥାଏ ।
* କ୍ରୋଧୀ ନହେବା – ଯଦି ଆପଣ କ୍ରୋଧୀ ତେବେ ଆପଣଙ୍କ ଜୀବନ ସାଥି ଶାନ୍ତ ହେବା ଜରୁରୀ । କାରଣ ଶାନ୍ତ ହେଲେ ହିଁ ଆଗକୁ ଆପଣ ବଢ଼ି ପାରିବେ । କାରଣ କ୍ରୋଧ ସମୟରେ ବ୍ୟକ୍ତି ନିଜର ବିବେକ ହରାଇ ଥାଏ ।
* ମିଷ୍ଟ ଭାଷୀ – ବ୍ୟକ୍ତି ସର୍ବଦା ମିଷ୍ଟ ଭାଷୀ ହେବା ଜରୁରୀ । କାରଣ ସେ ନିଜର ମିଠା କଥା ଦ୍ଵାରା ଅନ୍ୟର ମନକୁ ଖୁସି କରିଥାଏ । ତେଣୁ ଜୀବନରେ ସଫଳତା ପାଇବାକୁ ହେଲେ ଏହିସବୁ ସ୍ଵଭାବ ରହିବା ନିହାତି ଜରୁରୀ ।
Govt
Leave A Reply