Odisha news

‘ନିସର୍ଗ’ ବାତ୍ୟା ଶେଷରେ ଲ୍ୟାଣ୍ଡ୍‌ଫଲ୍‌ କଲା

0

ମୁମ୍ବାଇ: ମହାରାଷ୍ଟ୍ରର ଆଲିବାଗ ନିକଟରେ ଆଜି ଅପରାହ୍ଣରେ ବାତ୍ୟା ‘ନିସର୍ଗ’ ଲ୍ୟାଣ୍ଡ୍‌ଫଲ୍‌ କରିଛି। ଏନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଦେଇଛନ୍ତି।

ଲ୍ୟାଣ୍ଡ୍‌ଫଲ୍ ସରିବାକୁ ପ୍ରାୟ ୩ ଘଣ୍ଟା ସମୟ ଲାଗିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏବେ ସେଠାରେ ଘଣ୍ଟାପ୍ରତି ୧୦୦ରୁ ୧୨୦ କି.ମି. ବେଗରେ ପବନ ବହୁଥିବା ସୂଚନା ମିଳିଛି।

‘ନିସର୍ଗ’ ପ୍ରଭାବରେ ଆଲିବାଗ ଓ ମୁମ୍ବାଇରେ ମଧ୍ୟ ଜୋରରେ ପବନ ବହିବା ସହ ପ୍ରବଳ ବର୍ଷା ହେଉଛି। ଏପରିକି ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାରେ ବର୍ଷା ସାଙ୍ଗକୁ ଜୋରରେ ପବନ ବହୁଥିବା ଦେଖିବାକୁ ମିଳିଛି।

ଥାନେ, ମୁମ୍ବାଇରେ ‘ନିସର୍ଗ’ର ପ୍ରଭାବ ବେଶୀ ପଡ଼ିପାରେ ବୋଲି IMD ଡିଜି ସୂଚନା ଦେଇଛନ୍ତି।

Leave A Reply

Your email address will not be published.