Odisha news

ଆଜି ନିର୍ଭୟା ଦୋଷୀଙ୍କୁ ଫାଶୀ

0

ନୂଆଦିଲ୍ଲୀ, ୧୯।୩ : ଫେଲ ମାରିଲା ସବୁ ଯୋଜନା । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଶୁକ୍ରବାର ସକାଳେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଦୋଷୀ । ଫାଶୀ ଉପରେ ରହିତାଦେଶ ପ୍ରଦାନ ପାଇଁ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟ । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଶୁକ୍ରବାର ସକାଳ ୫ଟା ୩୦ ମିନିଟ ସମୟରେ ତିହାର ଜେଲ ପରିସରରେ ୪ ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବା ପାଇଁ ନିଶ୍ଚିତ ହୋଇଯାଇଛି । କାଲି ଫାଶୀ ଦିଆଯିବା ନେଇ ପୂର୍ବରୁ ଡେଥ୍‌ ୱାରେଣ୍ଟ ଜାରି କରିଥିଲେ କୋର୍ଟ । ଡେଥ୍‌ ୱାରେଣ୍ଟ ଉପରେ ରୋକ ଲଗାଇବା ପାଇଁ ଆଜି ଶେଷ ପ୍ରୟାସ କରିଥିଲେ ଦୋଷୀ । ହେଲେ ଆବେଦନ ଖାରଜ କରି ଫାଶୀ ଦଣ୍ଡକୁ ନିଶ୍ଚିତ କରିଦେଇଛନ୍ତି ପଟିଆଲା ହାଉସ କୋର୍ଟ ।

Leave A Reply