ଗୋପ: ସାରା ବିଶ୍ୱରେ କରୋନା କୁ ନେଇ ଆତଙ୍କ ଖେଳି ଯାଇଥିବା ବେଳେ ରାଜ୍ୟ ସରକାର ଏହାକୁ ବିପର୍ଯ୍ୟୟ ଘୋଷଣା କରିଛନ୍ତି । ବିଭିନ୍ନ ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଥିବା ବେଳେ ପୁରୀ ଜିଲ୍ଲା ଗୋପ ବ୍ଲକ ନାଗପୁର , ରାମଚଣ୍ଡୀ ଓ ଜୁଣେଇ ହାଟରେ ୧୪୪ ଧାରା ଜାରି କରାଯାଇଥିଲା । ମାତ୍ର ୧୪୪ ଧାରାକୁ ଖୋଲା ଖୋଲି ଭାବରେ ଉଲଙ୍ଘନ କରିଛନ୍ତି ଲାଗପୁର ହାଟ ବ୍ୟବସାୟୀ ମାନେ ।
ହାଟ ଖୋଲା ଥିବାରୁ ହଜାର ହଜାର ସଂଖ୍ୟାରେ ଲୋକମାନେ ଆଜି ହାଟରେ ଜମା ହୋଇ ନିଜ ନିଜର ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ କିଣା ବିକା କରିଥିଲେ । ତେବେ କରୋନା କୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ନାଗପୁର ହାଟ ବ୍ୟବସାୟୀ ମାନେ ସ୍ଥାନୀୟ ମାଜିଷ୍ଟ୍ରେଟ ତଥା ଗୋପ ତହସିଲଦାରଙ୍କ ୧୭ ତାରିଖ ଦିନ ୧୪୪ ଧାରା ଜାରି କରିଥିବା ବେଳେ ଏହାକୁ କଣ ପାଇଁ ସେମାନେ ଉଲଙ୍ଘନ କଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ତେବେ ଏ ନେଇ ତହସିଲଦାର ପୃଥୀରାଜ ମଣ୍ଡଳଙ୍କୁ ପଚାରିବାରେ ସେ କହିଥିଲେ ଗୋପ ପୋଲିସର ୧୪୪ ଧାରା ବଳବତ୍ତର ରଖିବା ପାଇଁ ଦାୟୀତ୍ୱ ଥିଲେ ମଧ୍ୟ ସେ କିଭଳି ଭାବରେ ଏହି ସମ୍ବେଦନଶିଳ ଘଟଣାକୁ ଅଣଦେଖା କରିଛନ୍ତି ତାହା ତଦନ୍ତ ସାପେକ୍ଷ । ତେବେ ଜନ ସାଧାରଣ ମାନେ ସ୍ୱତଃପୃତ ଭାବେ ମହାମାରୀ କରୋନା ଭାଇରସ ପାଇଁ ସଚେତନ ହେବା ଦରକାର ବୋଲି କହିଛନ୍ତି ।