Odisha news

୮ ଫୁଟର ଅଜଗର ଉଦ୍ଧାର

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହୀଧରପୁର ନିମସାହିରୁ ଏକ ୮ ଫୁଟର ଅଜଗର ସାପ ଉଦ୍ଧାର କରାଯାଇଛି । ଦିନ ୧୧.୫୦ଟା ସମୟରେ ସାପଟିକୁ ଗ୍ରାମର କିଛି ଯୁବକ ଦେଖିବାକୁ ପାଇଥିଲେ । ସାପଟିକୁ ଉଦ୍ଧାର କରିବା ପାଇଁ ଯୁବକ ମାନେ ଅନୁଗୁଳର ସର୍ପମିତ୍ର ଆଦିତ୍ୟ ବେହେରାଙ୍କୁ ଯୋଗାଯୋଗ କରିଥିଲେ ।

ଖବର ପାଇ ଆଦିତ୍ୟ ଓ ସାଥୀ ସଂଜୟ ବେହେରା ତୁରନ୍ତ ଘଟଣା ସ୍ଥଳରେ ପହଚିଂ ଅଜଗରଟିକୁ ଉଦ୍ଧାର କରିଥିଲେ ଏବଂ ବନ ବିଭାଗ ସହ ଯୋଗାଯୋଗ କରି କଜାଂ ସେକ୍ସନ ବନପାଳ ସୁଷମା ପଣ୍ଡାଙ୍କ ଉପସ୍ଥିତିରେ ସାପଟିକୁ ନିକଟସ୍ଥ ଜଙ୍ଗଲରେ ଛାଡିଦେଇଥିଲେ ।

Leave A Reply