Odisha news

ବିଦ୍ୟୁତ୍ ବିଲ ସମସ୍ୟା ବୁଝିବାକୁ ଯାଇ ଅଫିସରେ ଟଳି ପଡିଲେ ଉପଭୋକ୍ତା

0

ନିରାକାରପୁର, ୭/୯: ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ରତାମାଟି ଗ୍ରାମର ବେଣୁଧର ବିଶୋଇ ନିଜର   ବିଦ୍ୟୁତ୍ ବିଲ ବାବଦକୁ  ଅତିରିକ୍ତ ଫାଇନ ୨୦ ହଜାର ସମ୍ପର୍କରେ ଆଜି ଜଂକିଆ ଟାଟା ପାୱାର ବିଦ୍ୟୁତ୍ ଅଫିସକୁ ବୁଝିବାକୁ ଆସିଥିଲେ। ଗତ ମାସରେ ତାଙ୍କର କାହିଁକି ବିଲ ବଢ଼ାଯାଇଛି ବୋଲି ସେ ବାରମ୍ବାର ବିଲ ରିଡର୍ ଙ୍କୁ ପଚରିଲେବି କୌଣସି ଉତ୍ତର ନ ପାଇ ଏଠାକୁ ଆସିବ ସମୟର ତାଙ୍କର ଏହି କଥାକୁ ନେଇ କିଛି ବିଦ୍ୟୁତ୍ କର୍ମଚାରୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ସେହି ସମୟରେ ବେଣୁଧର ହଠାତ୍ ଟଳି ପଡ଼ିଥିଲେ। ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ହସ୍ପିଟାଲ ନିଆ ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକେ ଓ କିଛି ଗ୍ରାମବାସୀ ଶବକୁ ଆଣି ଜଂକିଆ ବିଦ୍ୟୁତ୍ ଅଫିସ ଆଗରେ ରଖି କ୍ଷତି ପୂରଣ ଦାବି କରିଥିଲେ। ପରେ ଘଟଣାସ୍ଥଳକୁ ଜଂକିଆ ଥାନା ପୋଲିସ ଆସି ବୁଝା ସୁଝ କରିବା ପରେ ରାତି ୮ ଟା ବେଳକୁ ଶବକୁ ପରିବାର ଲୋକ ଗ୍ରାମକୁ ନେଇଯାଇଥିଲେ।

Nalco
Leave A Reply