ଫୁଲବାଣୀ,୭ା୯, ରାଜ୍ୟ ସରକାର ଗରିବ ଅସହାୟ ରୋଗୀମାନଙ୍କ ଚିକିସôା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ଏମିତିକି ଏହି ଗରିବ ରୋଗୀମାନଙ୍କୁ ବିନା ମୂଲ୍ୟରେ ଚିକିସôା ଯୋଗଇ ଦେବା ପାଇଁ ବ୍ୟବସ୍ଥା କରି ସ୍ମାର୍ଟ ହେଲ୍ଥ କାର୍ଟ ମଧ୍ୟ ଯୋଗାଇ ଦିଆଯାଇଛି । ହେଲେ ଏବେବି ଏମିତି ରୋଗୀ ଅଛନ୍ତି ସରକାରଙ୍କ ଏହି ସ୍ମାର୍ଟ କାର୍ଡ ପାଖରେ ଥାଇ ମଧ୍ୟ ସେମାନଙ୍କ ମଧ୍ୟରୁ ଅଧିକାଂଶ ସେବା ପାଇ ପାରୁନାହାଁନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଆଦିବାସୀ ଅଧୁ୍ୟସିତ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ର ପକାରି ପଂଚାୟତ ର ସରୁପଡା ଗାଁ ରେ । ସରୁପଡା ଗାଁର କାମେଶ୍ୱର ଦିଗାଲଙ୍କ ଦେଢ ବର୍ଷ ର ଝିଅ ର ଦେହ ଅପେକ୍ଷା ମୁଣ୍ଡ ଟି ଅସ୍ୱାଭାବିକ ଭାବରେ ବଢିଚାଲିଛି । ଗତ ବର୍ଷ ଜାନୁଆରୀ ମାସ ୯ ତାରିଖରେ କାମେଶ୍ୱରଙ୍କ ସ୍ତ୍ରୀ ଦୁଇଟି ଜାଅାଁଳା ଝିଅ ଙ୍କୁ ଜନ୍ମ କରିଥିଲେ । ଗୋଟିଏ ଝିଅ ଜନ୍ମ ହେଲାପରେ ଆଖିବୁଜି ଦେଇଥିବା ବେଳେ ଅନ୍ୟଜଣେ ଠିକଠାକ ଥିଲା ଜନ୍ମ ହେବାର ତିନିମାସ ପରେ ହଠାତ ଏହି କୁନି ଝିଅଟିର ମୁଣ୍ଡ ବଢିବାକୁ ଲାଗିଥିଲାା ଯାହାପାଇଁ ପାରିବାର ଲୋକେ ସମ୍ପୁର୍ଣ ଭାଙ୍ଗି ପଡିଥିଲେ । ବର୍ତମାନ ଝିଅ କୁ ଦେଢ ବର୍ଷ ହେଉଥିବା ବେଳେ ଦେହ ଠାରୁ ମୁଣ୍ଡ ଅସ୍ୱାଭାବିକ ଭାବରେ ବଢିଚାଲିଛି । କାମେଶ୍ୱରଙ୍କ ପରିବାର ଏକ ଅଭାବି ପରିବାର ହୋଇଥିବା ବେଳେ ସ୍ୱାମୀସ୍ତ୍ରୀ ଦୁଇଜଣ ଦିନମଜୁରିଆ ଭାବରେ ରୋଜଗାର କରି ପରିବାର ପରିପୋଷଣ କରନ୍ତି ।
ଅଭାବ ଅନାଟନ ମଧ୍ୟରେ ଝିଅର ଚିକିସôା ପାଇଁ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିସôାଳୟ ସହ ଅନ୍ୟାନ୍ୟ ମେଡିକାଲ ରେ ମଧ୍ୟ ଚିକିସôା କରାଇଥିଲେ ମଧ୍ୟ କୋଣଷି ସୁଫଳ ମିଳିପାରିନାହିଁ । ଝିଅର ଚିକିସôା ପାଇଁ ଫୁଲବାଣୀ ରେ ଚିକିସôା କରିଥିବା ଡାକ୍ତର ତାଙ୍କୁ ବ୍ରହ୍ମପୁର କିମ୍ବା ବୁର୍ଲା ଡାକ୍ତର ଖାନା କୁ ନେଇ ଚିକିସôା କରାଇବା ପାଇଁ କହିଥିଲେ । କିନ୍ତୁ କାମେଶ୍ୱର ଜଣେ ଦିନମଜୁରିଆ ହୋଇଥିବା ରୁ ଝିଅର ଚିକିସôା ପାଇଁ ଅର୍ଥ ରେଯାଗାଡ କରିବା ବର୍ତମାନ ତାଙ୍କ ପକ୍ଷେ ସମ୍ଭବହୋଇପାରୁନାହିଁ । ଗୋଟେପଟେ ପରିବାର ପ୍ରତିପୋଷଣ ଓ ଅନ୍ୟପଟେ ଝିଅ ର ଅସ୍ୱାଭାବିକ ଭାବରେ ମୁଣ୍ଡ ବଢିବା ବର୍ତମାନ ପରିବାର ପାଇଁ ଚିନ୍ତାର କାରଣ ସାଜିଛି । କୈାଣଷି ଉପାୟ ନପାଇ ଝିଅର ବାପା କାମେଶ୍ୱର ଦୁଗାଳ ଓ ତାଙ୍କ ସ୍ତ୍ରୀ ନମିତା ଦିଗାଳ ତାଙ୍କ ଝିଆକୁ ଧରି ଗତ ବର୍ଷ ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ସେତେବେଳେ ତତକାଳିନ ଜିଲ୍ଲାପାଳ ଡା ବୃନ୍ଦା ଡି ଝିଅର ଚିକିସôା ପାଇଁ ପଦକ୍ଷେପ ନିଆଜିବ ବୋଲି ପ୍ରତିଶୃତି ଦେଇଥିବା ବେଳେ ଡାକ୍ତର ଙ୍କ ପରାମର୍ଶ କ୍ରମେ କଟକ ବଡମେଡିକାଲ ର ଡାକ୍ତର ମାନଙ୍କ ସହ ଯୋଗାଯୋଗ କରି ଚକିସôା କରାଯିବା ନେଇ ତତକାଳିନ ଜିଲ୍ଲା ଚିକିସôା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ ମଧ୍ୟ ପ୍ରତିଶୃତି ଦେଇଥିଲେ । କିନ୍ତୁ ଉଭୟେ ଜିଲ୍ଲାପାଳ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ପ୍ରତିଶୃତି ବର୍ତମାନ ଯାଏ ପ୍ରତିଶୃତିରେ ହିଁ ସିମିତ ହୋଇରହିଯାଇଛି । ଏହାରି ମଧ୍ୟରେ ଜିଲ୍ଲାପାଳ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ବଦଳି ହୋଇ ସାରିଥିବା ବେଳେ ବର୍ତମାନ ଶିଶୁ ଟିର ଚିକିସôା ପାଇଁ ସରକାରୀ ସହାଜ୍ୟ କୁ ଅପେକ୍ଷା କରି ରହିଛନ୍ତି ଏହି ଗରିବ ପାରିବାର । ସରକାର ସାହାଜ୍ୟ କଲେ ଏହି କୋମଳ ମତୀ ଶିଶୁଟିର ଚିକିସôା ହୋଇପାରନ୍ତା ବୋଲି କହିବା ସହ ଶିଶୁ ଟିର ଚିକସôା ପାଇଁ ସରକାରି ସହାଜ୍ୟ ଯୋଗାଇ ଦେବା ପାଇଁ ସରୁପଡା ଓ ପକାରି ଗ୍ରାମବାସୀ ଙ୍କ ସହ ଅଂଚଳ ର ବୁଦ୍ଦିଜିବି ମାନେ ଦାବି କରିଛନ୍ତି ।
