ନିରାକାରପୁର, ୨୦/୫: ଖୋର୍ଦ୍ଧା ମଳିପଡା ଠାରୁ ଦଲକ ଯାଇଥିବା ପ୍ରଧାନମନ୍ତ୍ରୀ ସଡକରେ ଦୈନିକ ଏଆଇପିଏଲର ଠିକା ସଂସ୍ଥାର ଶହଶହ ଭାରିଯାନ ଯାଉଥିବା ରୁ ରାସ୍ତା ସଂପୂର୍ଣ୍ଣ ନଷ୍ଟ ହୋଇ ଖାଲଖମାରେ ପରିପୂର୍ଣ୍ଣ ହୋଇଛି।ଭାରିଜାନ ଚଳପ୍ରଚଳ ଯୋଗୁଁ ରାସ୍ତାରେ ଥିବା ବ୍ରିଜ,ଚେକଡ୍ୟାମ ନଷ୍ଟ ହେବାରୁ ସ୍ଥାନୀୟ ଅଂଚଳର ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି।ମାଫିଆମାନେ କଳାମୁଗୁନି ପଥର ବ୍ଲାଷ୍ଟିଂ କରିବାରୁ ଫସଲ ମଧ୍ୟ୍ୟ ନଷ୍ଟ ହେଉଛି।ସରକାରଙ୍କ ନିର୍ଦ୍ଦେଶ ନଥାଇ ଏଆଇପିଏଲର ଠିକା ସଂସ୍ଥା ମାଟି,ମୋରମ ଓ କଳାମୁଗୁନି ପଥର ଗୁଡିକୁ ଏହି ରାସ୍ତା ଦେଇ ଭାରିଯାନରେ ଲୁଟି ନେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।ଏହି ରାସ୍ତାରେ ରେ ଛାତ୍ରଛାତ୍ରୀ, ସ୍ଥାନୀୟ ଅଂଚଳ ଲୋକେ ଯାତାୟାତ କରିବା ପାଇଁ ସୁରକ୍ଷିତ ମଣୁନାହାନ୍ତି।ଆଗକୁ ବର୍ଷାଦିନ ଆସୁଥିବାରୁ ସ୍ଥାନୀୟ ଅଂଚଳବାସୀ ରାସ୍ତା ମରାମତି ଓ ରାସ୍ତା ର ପୁନଃରୁଦ୍ଧାର କରିବା ଦାବି ନେଇ ଆଜି ଖୋର୍ଦ୍ଧା ମଳିପଡା ଠାରେ ସ୍ଥାନୀୟ ମଳିପଡା,କଂପୁର, ଡଗଂରପଡା ଓ ଦଲକ ଗ୍ରାମବାସୀମାନେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିଛନ୍ତି। ବିଜେପି ମୁଖପାତ୍ର ସୋନାଲି ସାହୁଙ୍କ ନେତୃତ୍ୱରେ ଶତାଧିକ ଲୋକ ମଳିପଡା ଦଲକ ରାସ୍ତା ରୋକ କରି ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିଛନ୍ତି।ଘଟଣା ସ୍ଥଳରେ ଜଂକିଆ ପୋଲିସ ଓ ଖୋର୍ଦ୍ଧା ଏସଡିପିଓ ପହଞ୍ଚି ବିକ୍ଷୋଭ କାରି ମାନଙ୍କ ସହିତ ଆଲୋଚନା କରିଛନ୍ତି।ଆଗାମୀ ୧୫ଦିନ ମଧ୍ୟରେ ରାସ୍ତା କାମ ନହେଲେ ପୁନଃର୍ବାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକେ।
