Odisha news

୧୫ ଦିନରେ ପହଂଚିଲା ଛତ୍ରପୁର ର ମା ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା : ମାଙ୍କୁ ଦର୍ଶନ କଲେ ସାଂସଦ ଅପରାଜିତା ଷଡଙ୍ଗୀ

0

ଛତ୍ରପୁର ୨୦/୦୫ : ଛତ୍ରପୁର ର ଅଧିଷ୍ଠାତ୍ରୀ ଦେବୀ ମା ରାମାୟାଣାମ୍ମା ଠାକୁରାଣୀଙ୍କ ଯାତ୍ରା ଶୁକ୍ରୁବାର ୧୫ ଦିନରେ ପହଂଚିଛି । ମାଙ୍କୁ ଦର୍ଶନ କରିବା ଲାଗି ଅସ୍ଥାୟୀ ମଣ୍ଡପରେ ବହୁ ଭକ୍ତ ଭିଡ ଜମାଇଥିବା ଦେଖିବବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଭୁବନେଶ୍ୱର ର ସାଂସଦ ଅପରାଜିତା ଷଡଙ୍ଗୀ ଛତ୍ରପୁର ଆସି ମା ରାମାୟାଣାମ୍ମାଙ୍କ ଦର୍ଶନ କରିଛନ୍ତି । ଛତ୍ରପୁର ର ଅଧିଷ୍ଠାତ୍ରୀ ଦେବୀ ମା ରାମାୟାଣାମ୍ମାଙ୍କ ଏହି ଯାତ୍ରା ଗତ ମେ ମାସ ୬ ତାରିଖ ଠାରୁ ଆରମ୍ଭ ହୋଇଯାଇଛି । ଏଥିପାଇଁ ଛତ୍ରପୁର ସହର ଚଳଚଂଚଳ ହୋଇ ପଡିଛି । ମାଙ୍କ ଯାତ୍ରା ପାଇଁ ଛତ୍ରପୁର ସହର ରଙ୍ଗ ବେରଙ୍ଗ ଆଲୋକମାଳାରେ ଝଲସି ଉଠୁଛି ।

ସହରର ଅପର ବସଷ୍ଟାଣ୍ଡ ଠାରେ ରାମ ସୀତାଙ୍କ କଳାକୁଞ୍ଜ ଶୋଭା ପାଉଥିବା ବେଳେ ମଝି ବଜାର ଠାରେ ଲକ୍ଷ୍ମୀ ନାରାୟଣଙ୍କ ଅନନ୍ତ ଶୟନ କଳା କୁଞ୍ଜ ଏବଂ ରିକାପଲ୍ଲୀ ନିକଟରେ ଶିବ ପାର୍ବତୀଙ୍କ କଳାକୁଞ୍ଜ ଭକ୍ତଙ୍କ ମନରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଦେଇଛି । ପ୍ରତ୍ୟେକ ଦିନ ମା ରାମାୟାଣାମ୍ମାଙ୍କ ଘଟ ଅସ୍ଥାୟୀ ମଣ୍ଡପ ରୁ ବାହାରି ସାହି ସାହି ବୁଲି ଭକ୍ତଙ୍କ ଠାରୁ ଭୋଗ ଗ୍ରହଣ କରୁଛନ୍ତି ।

ଶୁକ୍ରବାର ମାଙ୍କ ଘଟ ନାଗୁଲୁପେଟା ସାହି ପରିକ୍ରମା କରି ଭକ୍ତଙ୍କ ଠାରୁ ଭୋଗ ଗ୍ରହଣ କରିଥିଲେ । ମା ଙ୍କ ଘଟ ପରିକ୍ରମା ସମୟରେ କାଳୀଙ୍କ ପ୍ରତିଭା, ବିଭିନ୍ନ ଦେବା ଦେବୀଙ୍କ ପ୍ରତିମୂର୍ତ୍ତି, ଆନ୍ଧ୍ରା କାଳୀ ନୃତ୍ୟ, ଢେଙ୍କାନାଳର ସିଙ୍ଗ ବାଜା ପ୍ରଭୃତି ଭକ୍ତ ମାନଙ୍କୁ ବେଶ୍ ଆକୃଷ୍ଠ କରିଥିଲା । ଭୁବନେଶ୍ୱର ସାଂସଦ ଶ୍ରୀମତି ଷଡଙ୍ଗୀଙ୍କ ସହ ବହୁ ବିଜେପି ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ରହି ମାଙ୍କ ଦର୍ଶନ କରିବା ସହ କୃପା ଲାଭ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଯାତ୍ରା କମିଟିର ମ୍ୟାନେଜର କେ. ଚନ୍ଦ୍ର ଶେଖର ରେଡ୍ଡି (ଶେଖ) ପରିଚାଳନା କରିଥିବା ବେଳେ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ ।

Nalco
Leave A Reply