Odisha news

ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭିତରେ ଅସ୍ୱାସ୍ଥକର ପରିବେଶ

0

ଠାକୁରମୁଣ୍ଡା,୨୦।୦୫: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ପାଇଖାନା ଟାଙ୍କି ଫାଟି ସେଥିରୁ ନିର୍ଗତ ପାଣି ସ୍ୱାସ୍ଥ୍ୟ କେନ୍ଦ୍ରର ଭ୍ୟାକ୍ସିନ ଷ୍ଟୋର ,  ତଥା ଏନ ଆର ଏଚ ଏମ ଅଫିସ ଓ ରୋଗୀ ଗୃହ ମଧ୍ୟ ଦେଇ ବୋହି ଯାଉଥିବାରୁ ପରିବେଶ ଅସ୍ୱାସ୍ଥକର ହୋଈ ପଡିଛି। ୩୦ ଶଯ୍ୟା ବିଶିଷ୍ଠ ମାତୃ ଓ ଶିଶୁ ପାଇଁ ଉଦିଷ୍ଠ ପାଇଖାନା ଟାଙ୍କି ରୁ ପାଣି ବୋହୁଛି। ଏହି ପାଣି ସ୍ୱାସ୍ଥ୍ୟ କେନ୍ଦ୍ର ର କଂକ୍ରିଟ ରାସ୍ତା ଉପରେ ଚାଲୁଛି।ପାଇଖାନା ଟାଙ୍କି ପାଣି ର ଦୁର୍ଗନ୍ଧରେ ରୋଗୀ ଓ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ମାନେ ଅତିଷ୍ଠ ହୋଇଗଲେଣି। ଦୁର୍ଗନ୍ଧ ପରିବେଶରେ କର୍ମଚାରୀ ମାନେ ଅଫିସ ରେ ବସି କାମ କରିବା କଷ୍ଟ ଅନୁଭବ କଲେଣି। ବିଭିନ୍ନ କାରଣ ରୁ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆସୁଥିବା ରୋଗୀ ଓ ସମ୍ପର୍କୀୟ ମାନଙ୍କୁ ପାଇଖାନା ରୁ ନିର୍ଗତ ପାଣି ମାଡ଼ି ଯିବାକୁ ହେଉଛି।ଏନେଇ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଜାଣୁ ଥିଲେ ମଧ୍ୟ ଏହାର ସମାଧାନ କରୁ ନାହାନ୍ତି। ତୁରନ୍ତ ବିଭାଗୀୟ ଉଚ୍ଚ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି।

IEC 2 years
Leave A Reply