Odisha news

ମହିଳାଙ୍କ ଅଭିବୃଦ୍ଧିରେ ହେବ ଦେଶ ପ୍ରଗତି -ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମ

0
 ନିରାକାରପୁର,୨୫/୨: ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୪ ଅବ୍ୟବହିତରେ ଭୁବନେଶ୍ୱରରେ ଅବସ୍ଥାପିତ ରାଜ୍ୟ ସ୍ତରୀୟ ସାମାଜିକ ଅନୁଷ୍ଠାନ ସହଯୋଗ ଏଵଂ ବିଶ୍ୱ ଯୁବକ କେନ୍ଦ୍ର, ନୂଆ ଦିଲ୍ଲୀଙ୍କ ମିଳିତ ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବ୍ଲକ ନିରାକାରପୁର ରେ ଏକ ଗୋଷ୍ଠୀ ସଚେତନତା ଅଭିଯାନ ଆରମ୍ଭ ହୋଇଛି l ଯୁବ ସମାଜସେବୀ ଇଂ ପ୍ରଭାତ କୁମାର ସ୍ବାଇଁ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିବାବେଳେ ସମସ୍ତ ମାନ୍ୟଗଣ୍ୟ ଅତିଥି, ବିଭିନ୍ନ ଗ୍ରାମ ପଞ୍ଚାୟତରୁ ଉପସ୍ଥିତ ପଞ୍ଚାୟତି ରାଜ ମେମ୍ବର,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା , ଶିକ୍ଷକ, ମହିଳା, ଯୁବକ, କିଶୋର କିଶୋରୀ ମାନଙ୍କୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ସହଯୋଗ ର ସମ୍ପାଦିକା ବିଜୟଲଷ୍ମୀ ରାଉତରାୟ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ ମହିଳା ଦିବସ -୨୦୨୪ ପରିପ୍ରେକ୍ଷୀରେ ବିଶ୍ୱ ଯୁବକ କେନ୍ଦ୍ର ନୂଆ ଦିଲ୍ଲୀ ତାର ସାରା ଭାରତରେ ଥିବା ସହଯୋଗୀ ଅନୁଷ୍ଠାନ ମାନଙ୍କୁ ନେଇ ଏ ବର୍ଷର ଥିମ ‘ମହିଳା ମାନ ଙ୍କ ପାଇଁ ଅଧିକ ନିବେଶ :ତ୍ୱରାନ୍ୱିତ କରିବ ବିକାଶ କୁ ନେଇ କରୁଛି l ମା, ଶିଶୁ ସ୍ୱାସ୍ଥ୍ୟ, ଯକ୍ଷ୍ମା ରୋଗୀ, ଶିକ୍ଷା ଓ ଶିଶୁ ଅଧିକାର, ଲିଙ୍ଗ ସମତା ପାଇଁ କାର୍ଯ୍ୟ କରୁଥିବା ସହଯୋଗ ଅନୁଷ୍ଠାନ ଓଡ଼ିଶାରେ ସହଯୋଗୀ ହିସାବରେ ତାର ଅଭିଯାନ ଆଜି ଠାରୁ ଆରମ୍ଭ କରୁଛି l ଭାରତ’ର ବିଶାଳ ଜନସଂଖ୍ୟାର ଅର୍ଦ୍ଧେକ ହେଉଛନ୍ତି ମହିଳା l ଆମ ଦେଶ ଏଵଂ ରାଜ୍ୟରେ ମହିଳାଙ୍କ ଶିକ୍ଷା , ସ୍ୱାସ୍ଥ୍ୟ, ଆର୍ଥିକ, ସାମାଜିକ ଏଵଂ ରାଜନୈତିକ ଅଭିବୃଦ୍ଧି ଲକ୍ଷ୍ୟରେ ସରକାର କ୍ରମାଗତ ପଦକ୍ଷେପ ନେଇ ଚାଲିଛନ୍ତି କିନ୍ତୁ ବିଶ୍ଵ ଲିଙ୍ଗଗତ ଅସମାନତା ସୂଚକାଙ୍କ-୨୦୨୩ ଦ୍ୱାରା ପ୍ରମାଣିତ ହେଉଛି ଯେ ସରକାର ଙ୍କ ବହୁବିଧ ପଦକ୍ଷେପ ସତ୍ୱେ ଆମେ ୧୨୭ ରେ ଅଛେ ଯାହା ୨୦୨୨ ଠାରୁ ଟିକେ ଭଲ l ଏହି ପରିପ୍ରେକ୍ଷୀରେ ଯଦି ସମାଜ ଲିଙ୍ଗଗତ ସମାନତାକୁ ପ୍ରାଥମିକତା ନ ଦିଅନ୍ତି ତେବେ ଆମର ପ୍ରଗତି ଆଶାନୁକୁଳ ହେବନାହିଁ l ଆମର କାର୍ଯ୍ୟ ଏବଂ ଆଭିମୁଖ୍ୟରେ ଆମେ ଲିଙ୍ଗଗତ ସମାନତା ପାଇଁ ଚେଷ୍ଟିତ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ପ୍ରଗତି ପଥରେ ଆଗେଇ ଯିବାକୁ ହେଲେ , ଆମକୁ ବାଳିକାମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା ଏବଂ ସାମଗ୍ରିକ ଅଭିବୃଦ୍ଧି ଏବଂ ବିକାଶରେ ଅଧିକ ବିନିଯୋଗ କରିବାକୁ ପଡିବ  । ମୁଖ୍ୟ ଅତିଥି ଭାବେ ଟାଙ୍ଗି ବ୍ଲକ ଅଧକ୍ଷା  ରିସ୍ନା ମାନ୍ଧାତା,  ଉପାଧ୍ୟକ୍ଷ ଦୁର୍ଗା ନାଥ ଶର୍ମା, ନିରାକାରପୁର ଥାନା ସବ ଇନ୍ସପେକ୍ଟର ଦିପାଲିଶା ନାୟକ  ,ମିଶନ ଶକ୍ତି ଟାଙ୍ଗି ବ୍ଲକ ସଭାପତି ହରଷ ପ୍ରଧାନ ,ପ୍ରଧାନ ଶିକ୍ଷକ ଅନିୟ ଛୋଟରାୟ  ପ୍ରମୁଖ  ବିଦ୍ୟାଳୟ ଲିଙ୍ଗ ଅସମତା ଦୂର ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ମତବ୍ୟକ୍ତ କରିଥିଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଶକ୍ତିକରଣ ପାଇଁ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ l କନ୍ୟା ଭୃଣ ହତ୍ୟା, ବାଳିକା ବିବାହ ବନ୍ଦ କରିବା ଏଵଂ ମହିଳା ଶିକ୍ଷା ସ୍ୱାବଲମ୍ବନ ପାଇଁ ସମସ୍ତେ ଶପଥ ନେଇଥିଲେ l କାର୍ଯ୍ୟକ୍ରମ ରେ ରାମେଶ୍ୱର ପଞ୍ଚାୟତ ସମିତି ସଭ୍ୟ ରମେଶ ବିଶ୍ୱାଳ,ଈଶ୍ୱ।ର୍ଡ ସ୍ବେଛାସେବୀ ଅନୁଷ୍ଠାନ ସମ୍ପାଦକ ମୃତ୍ୟୁଞ୍ଜୟ ପ୍ରଧାନ,ଲଷ୍ମୀଧର ଆଚାର୍ଯ୍ୟ ପୂର୍ଵତନ ସରପଞ୍ଚ ଲେଣ୍ଡୁ, ହୃଷିକେଶ ରାଉତରାୟ ପୂର୍ବତନ ସରପଞ୍ଚ ନିରାକାରପୁର, ଡିଆ ପଞ୍ଚାୟତ ସରପଞ୍ଚ ପ୍ରଶାନ୍ତ ବେହେରା, ରାମେଶ୍ୱର ସରପଞ୍ଚ ପ୍ରତିନିଧି ରଂଜିତ ଜଗଦେବ,ପ୍ରଶାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ଯୁବ ସମାଜସେବୀ ସୁକାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ଗ୍ରାମ ପଞ୍ଚାୟତର ଯୁବ ଗୋଷ୍ଠୀ ଆନ୍ତରିକତାର କାର୍ଯ୍ୟକ୍ରମରେ ସହଯୋଗ ର ହାତ ବଢ଼ାଇଥିଲେ l
Nalco
Leave A Reply