ନିରାକାରପୁର,୨୨/୨: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ସୁନେଇରୁପେଈ ଛକ୍ର ନିକଟରୁ ୬ ଟି ମଇଁଷି ଯାଉଥିବା ଏକ ପିକଅପ୍ ଭ୍ୟାନକୁ ନିରାକାରପୁର ପୋଲିସ ଜବତ କରିବା ସହିତ ଦୁଇ ଜଣ ଡ୍ରାଇଭର ଓ ହେଲପର ଙ୍କୁ କୋର୍ଟ ଚାଲାଣ କରିଛି।ସୂଚନାଯୋଗ୍ୟ କି ୬ ଟି ମଇଁଷି କୁ ଅତି ଦୟନୀୟ ଭାବେ ନେଇ ଏକ ପିକଅପ୍ ଭ୍ୟାନ ଚଣ୍ଡିଖୋଲ ରୁ ବ୍ରହ୍ମପୁର ପର୍ଯ୍ୟନ୍ତ ଯାଉଥିବାବେଳେ ଆଇଆଇସି ବିଶ୍ୱଜିତ୍ ରାଉତରାୟ ଉକ୍ତ ଗାଡିକୁ ଜବତ କରିବା ସହିତ ମଇଁଷି ଗୁଡ଼ିକୁ ଏକ ଗୋଶାଳରେ ଛଡ଼ା ଯାଇଛି। ଗାଡ଼ିରେ ଥିବା ଡ଼୍ରାଇଭର ମିନାଜ କାଦିର ଓ ହେଲପର କାମୁରୁଦ୍ଦିନ ସାହଜୀ କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଉଭୟଙ୍କ ଘର ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ପଣ୍ଡାରବତୀ ଗ୍ରାମ।