Odisha news

ପୁରୀ ଐତିହ୍ୟ କରିଡ଼ର ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ସିଧା ପ୍ରସାରଣ ଦେଖିଲେ ଅଚ୍ୟୁତପୁର ପଞ୍ଚାୟତବାସୀ 

0
ନିରାକାରପୁର,୧୭/୦୧/-ପୁରୀ ଶ୍ରୀମନ୍ଦିର ଚତୁରପାର୍ଶ୍ଵରେ ବ୍ୟୟ ବହୁଳରେ ନିର୍ମାଣ କରାଯାଇଥିବା ଐତିହ୍ୟ କରିଡ଼ର ପରିକ୍ରମା ପ୍ରକଳ୍ପ ଆଜି ବୁଧବାର ଶୁଭ ପ୍ରତିଷ୍ଠା ଓ ଲୋକାର୍ପଣ ଉତ୍ସବର ସିଧା ପ୍ରସାରଣ ଦେଖିଲେ ଅଚ୍ୟୁତପୁର ପଞ୍ଚାୟତବାସୀ । ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ଲୋକାର୍ପିତ କରିଥିବାବେଳେ ଏହାର ସିଧା ପ୍ରସାରଣ ଲୋକଙ୍କୁ ଦେଖାଇବା ସହିତ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଓ ଚେତନା ସୃଷ୍ଟି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ପଞ୍ଚାୟତରେ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଅଚ୍ୟୁତପୁର ପଞ୍ଚାୟତରେ ଏଥିପାଇଁ ପଞ୍ଚାୟତ ପ୍ରତିନିଧି ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସ୍ଥାନୀୟ ବୃନ୍ଦାବନ ଚନ୍ଦ୍ର ମନ୍ଦିର ପରିସରରେ ଏଲଇଡି ଟିଭି ମାଧ୍ୟମରେ ପଞ୍ଚାୟତର ଲୋକଙ୍କୁ ସିଧା ପ୍ରସାରଣ ଦେଖାଇଵାର ବନ୍ଦୋବସ୍ତ କରାଯାଇଥିଲା। ଏଥି ସହିତ ୧୨୦୦ ଲୋକଙ୍କ ପାଇଁ ପ୍ରସାଦ ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସରପଂଚ ସୋନାଲି ମହାପାତ୍ର, ସମିତି ସଭ୍ୟ ପୂର୍ଣ୍ଣ ଚନ୍ଦ୍ର ସିଂହ,କର୍ମଚାରୀ ସାରଥ ଚନ୍ଦ୍ର ପାଇକରାୟ, ସ୍ଵଂୟବ୍ରତ ଶ୍ରୀଚନ୍ଦନ ଓ ନୀଳାଦ୍ରି ସିଂହ, ଟଙ୍କଧର ମହାପାତ୍ର ଓ ସୁରଥ ସିଂ ପ୍ରମୁଖ ସମ୍ପୂର୍ଣ ସହଯୋଗ କରିଥିଲେ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ସେହିପରି ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
Nalco
Leave A Reply