Odisha news

ଦ୍ବିତୀୟ ପର୍ଯ୍ୟାୟ ୯୭୦ ଜଣ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀଙ୍କ ଟ୍ରେନ ରେ  ଯାତ୍ରା

0
ବ୍ରହ୍ମପୁର : ପାଞ୍ଚ ଜିଲ୍ଲାର ବରିଷ୍ଠ ନାଗରିକଙ୍କ ବାରଣାସୀ ପ୍ରୟାଗ ତୀର୍ଥ ଯାତ୍ରା ରେ ବାହାରିଛନ୍ତି। ଜାନୁୟାରୀ ୧୭ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଅନୁଷ୍ଠିତ ହେବ। ।ଳ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିତାଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାପାଳ ଶ୍ରୀ ପରିତାଙ୍କ ସମେତ ବ୍ରହ୍ମପୁର ରେଳ ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, , ମେୟର୍ ସଂଘମିତ୍ରା ଦଳେଇ, ଡେପୁଟି ମେୟର୍ ଇ.ବିବେକ ରେଡ୍ଡୀ, କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ବିନୋଦ ବେହେରା ଉପସ୍ଥିତ ଥିଲେ।
ବାରଣାସୀ ଓ ପ୍ରୟାଗରାଜ ଅଭିମୁଖେ ବାହାରିଲେ ପାଞ୍ଚ ଜିଲ୍ଲାର ୯୭୦ ବରିଷ୍ଠ ତୀର୍ଥଯାତ୍ରୀ ଓ ୩୦ ସହାୟକ, ଗାଇଡ୍। ବ୍ରହ୍ମପୁର ଷ୍ଟେସନରୁ ରେଳ ଯୋଗେ ବୁଧବାର ପୂର୍ବାହ୍ନରେ ଏମାନଙ୍କ ଯାତ୍ରା ଆରମ୍ଭ‌ ହୋଇଛି। ଏମାନଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମ ଜିଲ୍ଲାର ସର୍ବାଧିକ ୫୫୦, ନୟାଗଡ଼ ଜିଲ୍ଲାର ୧୫୦, କନ୍ଧମାଳ ଜିଲ୍ଲାର ୧୧୫, ଗଜପତି ଜିଲ୍ଲାର ୧୧୫ ଓ ବୌଦ୍ଧ ଜିଲ୍ଲାର ୭୦ ଜଣ ବରିଷ୍ଠ ନାଗରିକ ଓ ସହାୟକ। ଏମାନଙ୍କୁ ବ୍ରହ୍ମପୁର ରେଳ ଷ୍ଟେସନରେ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଭୁବନେଶ୍ବରରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭି.କାର୍ତ୍ତିକ ପାଣ୍ଡିଆନ ଆଭାସୀ ମାଧ୍ୟମରେ ଏହି ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାକୁ ଶୁଭ ଉଦଘାଟନ କରିଛନ୍ତି। ପାଞ୍ଚ ଦିନ ଓ ଛଅ ରାତି କାଳ ଏମାନେ ବିଭିନ୍ନ ତୀଥସ୍ଥଳ ପରିଦର୍ଶନ କରିବେ।

Nalco
Leave A Reply