Odisha news

ଅଗ୍ରଗତି କରୁଛି ଅଣ୍ଡରଗ୍ରାଉଣ୍ଡ କାର୍ଯ୍ୟ: ରେଳ ଫାଟକ ବନ୍ଦ ହେବ !

0
ନିରାକାରପୁର,୧୪/୧: ବହୁ ଦାବି ଓ ଧାରଣା ପରେ ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳ ଷ୍ଟେସନର ଦକ୍ଷିଣ ଦିଗରେ ଥିବା କାଶିପୁର ରେଳ ଫାଟକ ରଖାଯାଇଥିବବେଳେ ପୁନର୍ବାର ଏହାକୁ ବନ୍ଦ କରାଯିବା ପାଇଁ ନିକଟରେ ଏକ ଅଣ୍ଡରଗ୍ରାଉଣ୍ଡ କାର୍ଯ୍ୟ ଦୃତଗତିରେ ଆଗେଇ ଚାଲିଛି। ସୂଚନାଯୋଗ୍ୟ କି ବହୁ ପୂର୍ବରୁ ଏହି ଜଗୁଲି ବିହୀନ ଫାଟକ ଟି ଉପରେ ରେଳ ଫାଟକ କରାଯାଇ ଜଗୁଆଳି ନିଯୁକ୍ତି କରାଯାଇଥିଲା। ପରେ ଅଧିକ ରାଜସ୍ବ ହାନି ହେଉଥିବା ଦର୍ଶାଇ ଏହି ଫାଟକ କୁ ବନ୍ଦ କରିବାକୁ ରେଳ ବିଭାଗ ତରଫରୁ ବାରମ୍ବାର ଉଦ୍ୟମ କରାଯାଇଥିଲା। କିନ୍ତୁ ଲୋକ ଙ୍କ ବିରୋଧ ଓ ଆନ୍ଦୋଳନ ଫଳରେ ରେଳ ବିଭାଗ ଫାଟକକୁ ରଖିବାକୁ ବାଧ୍ୟ ହୋଇଥିଲା। କିନ୍ତୁ ପରେ ବହୁ ଅର୍ଥ ବ୍ୟୟ ରେ ଦୃତ୍ ଗତିରେ ଫାଟକ ନିକଟରେ ଅଣ୍ଡରଗ୍ରାଉଣ୍ଡ କାର୍ଯ୍ୟ ଚାଲୁଅଛି। ଯାହା ଦ୍ଵାରା ସନ୍ଦେହ ହେଉଛି ଓ କାର୍ଯ୍ୟରତ କର୍ମଚାରୀଙ୍କ ଠାରୁ ଶୁଣିବାକୁ ମିଳୁଛି   କି ଅଣ୍ଡରଗ୍ରାଉଣ୍ଡ କାର୍ଯ୍ୟ ଶେଷ ହେଲେ ଏହି ଫାଟକ ଟିକୁ ବନ୍ଦ କରିଦେବେ।
Govt
Leave A Reply