Odisha news

ଯୁବକଙ୍କୁ ଏସିଡ ମାଡ଼, ଜୀବନରେ ମାରିଦେବାକୁ ଧମକ

0
ନିରାକାରପୁର,୨୭/୯: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ସରପାରୀ ଗ୍ରାମର ଜଣେ ଯୁବକଙ୍କୁ ଏସିଡ୍ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏସିଡ୍ ମାଡ଼ ହୋଇଥିବା ଯୁବକ ଝରି ସାହୁଙ୍କ ପୁଅ ସନ୍ତୋଷ କୁମାର ସାହୁ ବୋଲି ଜଣାପଡ଼ିଛି। ସନ୍ତୋଷ ଏ’ ନେଇ ଆଜି ଜଙ୍କିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ସନ୍ତୋଷଙ୍କ ଅଭିଯୋଗ ଅନୁଯାୟୀ ଗତ ୨୩ ତାରିଖ ଅପରାହ୍ନରେ ଗଣେଶ ପୂଜା ପ୍ରସେସନ୍ ଆରମ୍ଭ ହେବାକୁ ଯାଉଥିବା ବେଳେ ସରପାରୀ ଗ୍ରାମର ପାଣ୍ଡବ ବେହେରାଙ୍କ ପୁଅ କାଳିନ୍ଦୀ ବେହେରା ଓରଫ୍ କାଳିଆ ସନ୍ତୋଷଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ତାଙ୍କ ପିଠି ଓ ବେକ ମୁଣ୍ଡାକୁ ଏସିଡ୍ ଫିଙ୍ଗିଥିଲା ଏବଂ ସେହି ବୋତଲରେ ମାରି ସନ୍ତୋଷଙ୍କ ମୁଣ୍ଡ ଫଟାଇ ଦେଇଥିଲା। ଚିକିତ୍ସାଧିନ ଥିବା କାରଣରୁ ଅଭିଯୋଗ କରିବାରେ ବିଳମ୍ବ ହେଲା ବୋଲି ସନ୍ତୋଷ ଏତଲାରେ ଉଲ୍ଲେଖ କରିଛନ୍ତି। ତେବେ ଉଭୟଙ୍କ ମଧ୍ୟରେ ଏପରି ଗଣ୍ଡଗୋଳ ହେବାର ପ୍ରକୃତ କାରଣ କ’ଣ ତାହା ସ୍ପଷ୍ଟ ହୋଇନି।
Nalco
Leave A Reply