Odisha news

ନରେନ୍ଦ୍ରପୁର ସାହି କୁ ସ୍ଥାୟୀ ପଟ୍ଟା ମିଳିବାର ଆଶା ସଞ୍ଚାର

0
ନିରାକାର ପୁର,୧୩/୯ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ପଂଚାୟତ ନରେନ୍ଦ୍ରପୁର ସାହିବାସୀଙ୍କ ପାଇଁ ଖୁସି ଖବର। ଦୀର୍ଘ ଦିନର ସେମାନଙ୍କର ଦାବି ପୂରଣ ହେବାକୁ ଆଶା ସଞ୍ଚାର ହୋଇଛି । ସ୍ୱାଧୀନତାର ୭୬ ବର୍ଷ ବିତିଯାଇଥିଲେ ସୁଧା ନରେନ୍ଦ୍ରପୁର ଆଜି ପର୍ୟ୍ୟନ୍ତ ରାଜସ୍ୱ ଗ୍ରାମ ହୋଇପାରି ନଥିଲା । ଯାହା ଫଳରେ ଏଠାକାର ଅଧିବାସୀ ଶିକ୍ଷା ପରେ ଚାକିରୀ କରିବା ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହେଉଥିଲେ । ତେବେ, ଏବେ ସେମାନଙ୍କ ଦାବି ପୂରଣ ହେବାକୁ ଯାଉଛି । ନିକଟରେ ରାଜ୍ୟ ସରକାରଙ୍କ ୫- ଟି ସଚିବ ଭି କେ ପାଣ୍ଡିଆନଙ୍କ ଖୋର୍ଦ୍ଧା ଗସ୍ତ ଓ ଜନଶୁଣାଣି କାର୍ୟ୍ୟକ୍ରମ ବେଳେ ନିରାକାରପୁର ଅଂଚଳବାସୀଙ୍କ ପକ୍ଷରୁ ଅଞ୍ଚଳର ବିଭିନ୍ନ ୭ ଗୋଟି ସମସ୍ୟାର ସମାଧାନ ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲା। ତେବେ, ତନ୍ମଧ୍ୟରୁ ନରେନ୍ଦ୍ରପୁରକୁ ରାଜସ୍ୱ ଗ୍ରାମ ଅନ୍ତର୍ଭୁକ୍ତ କରିବା ଦାବି କୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ନରେନ୍ଦ୍ରପୁର ଗ୍ରାମବାସୀଙ୍କ ଉଦ୍ଦେଶ୍ୟରେ ଟାଙ୍ଗି ତହସିଲଦାରଙ୍କ ପକ୍ଷରୁ ଗତ ଅଗଷ୍ଟ ୨୯ ତାରିଖରେ ଏକ ଚିଠି ପତ୍ର ସଂଖ୍ୟା ୨୮୩୦ ନମ୍ବର ମାଧ୍ୟମରେ ଏ ନେଇ ସୂଚନା ଦିଆଯାଇଛି। ଚିଠିରେ ଲେଖାଅଛି, “ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ଦ୍ୱାରା ଖୋର୍ଦ୍ଧା ଜିଲ୍ଲାରେ ୨୨-୦୮-୨୦୨୩ ତାରିଖରେ ଅନୁଷ୍ଠିତ ହୋଇଥିବା ଜନଶୁଣାଣୀ କାର୍ୟ୍ୟକ୍ରମରେ ୫- ଟି ସଚିବ ଭି କେ ପାଣ୍ଡିଆନଙ୍କୁ ଦେଇଥିବା ଅଭିଯୋଗ ପତ୍ରଟି ହସ୍ତଗତ ହୋଇଛି। ଉପସ୍ଥାପିତ କରାଯାଇଥିବା ସମସ୍ୟା ନରେନ୍ଦ୍ରପୁର ଗ୍ରାମକୁ ରାଜସ୍ୱ ଗ୍ରାମ କରିବା ସମ୍ବନ୍ଧରେ ବିଚାର କରାଯାଇ ସ୍ଥାନୀୟ ତଦନ୍ତ ଅନୁଯାୟୀ ନରେନ୍ଦ୍ରପୁର ଗ୍ରାମର ସମସ୍ୟାର ଅତିଶୀଘ୍ର ପରବର୍ତ୍ତୀ କାର୍ଯାନୁଷ୍ଠାନ ନିଆଯିବ।” ବୋଲି ସୂଚନା ମିଳିଛି। ଏହାକୁ ନେଇ ନରେନ୍ଦ୍ରପୁର ଗ୍ରାମବାସୀଙ୍କ ତରଫରୁ ରାଜ୍ୟ ସରକାର ଏବଂ ୫- ଟି ସଚିବଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।
Govt
Leave A Reply