Odisha news

ହରିପୁର ହତ୍ୟାକାଣ୍ଡ ଘଟଣା , ଆଜି କୃଷ୍ଣର ଶବ ବ୍ୟବଚ୍ଛେଦ ହେଲା : ୩ ଜଣ ଗଲେ ଜେଲକୁ ନାବାଳକ ଯିବ ବାଳ ସୁଧାର କେନ୍ଦ୍ର

0

ନିରାକାରପୁର, ୧୧/୪: ହରିପୁର କୃଷ୍ଣ ଚନ୍ଦ୍ର ମାଝୀ କୁ ପିଟି ପିଟି ହତ୍ୟା କରିବା ଘଟଣାରେ ନିରାକାରପୁର ପୋଲିସ ଆଜି ଖୋର୍ଦ୍ଧା ହସ୍ପିଟାଲରେ ପଡ଼ିଥିବା କୃଷ୍ଣ ଚନ୍ଦ୍ରର ଶବ ବ୍ୟବଚ୍ଛେଦ କରିବା ସହିତ ହତ୍ୟାକାଣ୍ଡ ଘଟାଇଥିବା ଅଭିଯୋଗରେ ନିତ୍ୟାନନ୍ଦ ମାଝୀ,ଭାରତୀ ମାଝୀ ଓ ଧରମା ମାଝୀ ପ୍ରମୁଖ ଙ୍କୁ ଗିରଫ କରି କେସ ନ ୯୫/୨୩ ରେ କୋର୍ଟ ଚାଲାଣ କରି ଜେଲକୁ ପଠାଇ ଦେଇଛି। ଅନ୍ୟ ଜଣେ ନାବାଳକ ଅଭିଯୁକ୍ତ କୁ ବ୍ରହ୍ମପୁର ବାଳ ସୁଧାର କେନ୍ଦ୍ରକୁ ପଠାଯିବ ବୋଲି ଜଣାପଡିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ   କୃଷ୍ଣର  ଦାଦା ସୁଦାମ ମାଝୀ ଫେରାର ରହିଛି।

ତାକୁ ପୋଲିସ ଧରିବା ପାଇଁ ଚେଷ୍ଟା ଜାରି ରଖିଛି। ପ୍ରକାଶ ଥାଉ କି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ନୂଆଗଡ ପଞ୍ଚାୟତ  ହରିପୁର ମାଝୀ ସାହିର ଚରଣ ମାଝୀଙ୍କ ପୁତ୍ର କୃଷ୍ଣ ଚନ୍ଦ୍ର ମାଝୀ ( ୪୫) ସୋମବାର ଦିନ ସକାଳ ୮ଟା ରେ ଛିଡ଼ା ହୋଇ ଥିବାବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନିଜର ସମ୍ପର୍କୀୟ ଦାଦା ଓ ତାଙ୍କ ପୁତ୍ର ମାନେ ମିଶି କାଠ ଫାଳିଆ ରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଏହି ସମୟର କୃଷ୍ଣର ମା ବଦନୀ ମାଝୀ ଯେତେ ବି କାକୁତି ବିନତୀ ହୋଇ ପୁଅକୁ ଛାଡ଼ି ଦେବାକୁ କହିଥିଲେ ବି ସେମାନେ ସାରା ଶରୀରକୁ ମାଡ଼ ମାରି କୃଷ୍ଣ କୁ ଲହୁଲୁହାଣ କରି ଦେଇଥିଲେ। ପରେ ସେମାନେ କୃଷ୍ଣ ମାରି ଯାଇଥିବା ଜାଣି ସେଠାରୁ ଫେରାର ହୋଇଯାଇଥିଲେ। ପରେ ମା ବଦନୀ ନିରାକାରପୁର ପୋଲିସ କୁ ଖବର ଦେବାପରେ ପୋଲିସ ଆଇଆଇସି ଗୀତାଞ୍ଜଳୀ ନାୟକ ପହଞ୍ଚି ଖସି ଯାଉଥିବା ଅଭିଯୁକ୍ତ ମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଧରି ଥାନାରେ ରଖିଥିଲେ ।ପରେ ବିଳମ୍ବରେ କୃଷ୍ଣ ଙ୍କ ମା ବଦନୀ ମାଝୀଙ୍କ ତରଫରୁ ଏକ ଲିଖିତ ଅଭିଯୋଗ ହୋଇଥିଲା।  ଅଭିଯୋଗ ପାଇବା ପରେ କାଲି ସନ୍ଧ୍ୟା ହୋଇ ଯାଇଥିବାରୁ ଆଜି କୃଷ୍ଣ ଚନ୍ଦ୍ର ଶବକୁ ବ୍ୟବଚ୍ଛେଦ କରାଯାଇ ତାଙ୍କ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଛି।

Leave A Reply