ନିରାକାରପୁର,୧୧/୪: ଦିନକୁ ଦିନ ଛାତ୍ରଛାତ୍ରୀଙ୍କ ଉନ୍ମାଦନା ବଢିବାରେ ଲାଗିଛି। ଛାତ୍ରଛାତ୍ରୀମାନେ ନିଜର ନୈତିକତା ଭୁଲି ବିଭିନ୍ନ ବିଚିତ୍ର ଓ ଅବାନ୍ତର କାର୍ଯ୍ୟକ୍ରମ ମାନ ଘଟାଉଛନ୍ତି। ଯାହା କି ଏବେ ଯୁକ୍ତ ଦୁଇ ପରୀକ୍ଷା ଶେଷ ଦିବସରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର କଲେଜ ପରିସର ଓ ତାର ପାଖା ପାଖି ଅଞ୍ଚଳ ରେ ପଡ଼ିଥିବା ୟୁନିଫର୍ମ ଗୁଡ଼ିକ ଦେଖିଲେ ବେଶ୍ ଜଣାପଡୁଛି। ଏହି ବିକୃତ ମାନସିକତା ରଖିଥିବା ଛାତ୍ର ମାନେ ଯୁକ୍ତ ଦୁଇ ପରୀକ୍ଷା ଶେଷ ଦିନରେ ଘର କୁ ଯିବା ପୂର୍ବରୁ ନିଜ ନିଜର କଲେଜ ୟୁନିଫର୍ମ କୁ ଦେହରୁ କାଢି ଚିରି କଲେଜ ପରିସର ଓ ନିରାକାରପୁର ବିଭିନ୍ନ ଅଞ୍ଚଳରେ ଫୋପାଡି ଯାଇଥିବା ଦେଖିବାକୁ ମିଳୁଛି। ପୂର୍ବରୁ ପରୀକ୍ଷା ସରିଲେ କେବଳ ଫଗୁ ରଙ୍ଗ ଲଗାଲଗି ହୋଇ ଘରକୁ ଯାଉଥିବାବେଳେ ଏଥର ବିଭିନ୍ନ କଲେଜରେ ନିଜର ପ୍ରଶ୍ନ ପତ୍ରଗୁଡ଼ିକ ଓ ୟୁନିଫର୍ମ ଚିରି ଫୋପାଡି ଏମାନଙ୍କ ମହାନ୍ ସଂସ୍କାର ର ପରିଚୟ ପ୍ରଦାନ କରିଛି।
