ଆଠଗଡ ୧୧/୪/୨୩ ମଙ୍ଗଳବାର ଆଠଗଡ ବିଜୁ ଜନତା ଦଳ ତରଫରୁ ପଦିପ୍ତ କୁମାର ବେହେରା ଙ୍କ ସଭାପତିତ୍ବରେ ଆଠଗଡ଼ ସ୍ଥିତ ଶ୍ରୀରାମ ପ୍ୟାଲେସ ଠାରେ ଭିନ୍ନକ୍ଷମ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ମାନ୍ୟବର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ କହିଲେ ଭିନ୍ନକ୍ଷମ ଓ ସାମାଜିକ ନ୍ୟାୟ ବିଭାଗ ଓଡିଶା ସରକାରଙ୍କ ତରଫରୁ ଭିନ୍ନକ୍ଷମ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ସେମାନଙ୍କୁ ଆର୍ଥିକ ସ୍ଵାବଲମ୍ବି କରାଯିବା ସହ ଭିନ୍ନକ୍ଷମ ମାନଙ୍କ ମୁହଁରେ ହସ ଫୁଟିବ। ସେମାନେ ଯେପରି ପରିବାର ପାଇଁ ବୋଝ ନହେବେ ମୁଁ ବ୍ୟକ୍ତି ଗତ ସ୍ତର ଓ ସରକାରୀ ସ୍ତରରେ ଉଦ୍ୟମ କରିବି। ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦିବ୍ୟାଙ୍ଗ ମାନେ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ ସେମାନଙ୍କ ପାଇଁ ସରକାରୀ ସ୍ତରରେ ବ୍ୟବସ୍ଥା କରୁଛନ୍ତି। ଏହି ବୈଠକରେ ପ୍ରାୟ ୧୫୦ଜଣ ଦିବ୍ୟାଙ୍ଗ ଯୋଗ ଦେଇ ସେମାନଙ୍କର ସମସ୍ୟା ମାନ୍ୟବର ମନ୍ତ୍ରୀଙ୍କୁ ଅବଗତ କରିବା ସହିତ ସେମାନଙ୍କର ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବା ପାଇଁ ମନ୍ତ୍ରୀ ମଧ୍ୟ ପ୍ରତିଶୃତି ଦେଇଥିଲେ। ଅନ୍ୟ ଦିବ୍ୟାଙ୍ଗ ମାନଙ୍କ ମଧ୍ୟ୍ୟ ରେ ଅମୀୟ କୁମାର ସାହୁ ଅଚ୍ୟୁତ ସାହୁ ସନାତନ ସାହୁ ପ୍ରମୁଖ ଯୋଗଦେଇଥିଲେ।