ନିରାକାରପୁର,୨୪/୩: ଆଜି ମୁସଲମାନଙ୍କ ରମଜାନ ମାସ ଆରମ୍ଭ ହେଉଥିବାବେଳେ ଅପରାହ୍ନରେ ଏକ ସୁନ୍ଦର୍ ଅପୂର୍ବ ଦୃଶ୍ୟ ସମସ୍ତଙ୍କୁ ବିମୋହିତ କରିଥିଲା। ଆଜି ଆକାଶରେ ଅର୍ଦ୍ଧ ଚନ୍ଦ୍ରଙ୍କ ତଳେ ଶୁକ୍ର ତାରା ଝୁଲିକି ଥିବା ଭଳି ଦେଖାଯାଉଥିଲା। ଅନ୍ୟ ପଟେ ହିନ୍ଦୁ ମାନେ ଏହାକୁ ଶୁଭଙ୍କର ମନେ କରୁଥିବା ସହିତ ଜଗନ୍ନାଥଙ୍କ ନାକ ଚଣା ସଦୃଶ୍ୟ ତାରା ଦେଖାଯାଉଥିବାରୁ ସମସ୍ତଙ୍କ ମନରେ ଏକ ଆଧ୍ୟାତ୍ମିକ ଭାବ ମଧ୍ୟ ଜାଗ୍ରତ କରିଥିଲା। ମୁସଲମାନ ଭାଇଭଉଣୀ ମାନେ ଏହାକୁ ମଧ୍ୟ ଶୁଭ ସଂକେତ ବୋଲି ମନେ କରିଛନ୍ତି।
